ଗଞ୍ଜେଇ ଗଛ ଘରେ ଲଗାଇବା ଘଟଣାକୁ ନେଇ ବ୍ୟକ୍ତିଙ୍କୁ ଗିରଫ କଲା କୋଡ଼ିଙ୍ଗା ପୋଲିସ ..
କୋଷାଗୁମୁଡ଼ା(ଦୟାରାମ ପନକା)
ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ କଶ୍ୟପ ପାର୍ଥ ଜଗଦୀଶ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କେଣ୍ଡେଲ କେଲ, କୋଡୀଙ୍ଗା ଥାନା ଅଧିକାରୀ ଦୀପକ କୁମାର ଜେନା ଙ୍କ ସହ କୋଡୀଙ୍ଗା ପୋଲିସର ଏକ ଟିମ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡୀଙ୍ଗା ଥାନା ଅନ୍ତର୍ଗତ ବାଲେଙ୍ଗା ଠାରେ ବେଆଇନ ଭାବେ ନିଜ ଘରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି।ବାଲେଙ୍ଗା ଗ୍ରାମର ତୁଲାରାମ ଭତ୍ରା ନାମକ ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୧୫ ଟି ଗଞ୍ଜେଇ ଗଛ ଲଗେଇ ଥିଲେ।ଗଞ୍ଜେଇ ଗଛ ସବୁ ପ୍ରାୟ ୧୦ ଫୁଟ ରୁ ଅଧିକ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସର ତଦନ୍ତରୁ
ଜଣାପଡିଛି।ବିଶେଷ ସୂତ୍ରରୁ ଖବର ପାଇ କୋଡ଼ିଙ୍ଗା ପୋଲିସ ର ଏକ ଦଳ ମିଳିତ ଚଡାଉ କରିଥିଲେ।ପରେ ସ୍ଥାନୀୟ ମାଜିଷ୍ଟେଟ କୋଡୀଙ୍ଗା ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତି ରେ ସମ୍ପୂର୍ଣ ଗଞ୍ଜେଇ ଗଛକୁ ନିଆଁ ଲଗାଇ ନଷ୍ଟ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଲାଉଥିବା ଜଣାପଡିଛି। ଏପଟେ ଏହି ଘଟଣାକୁ ନେଇ କୋଡ଼ିଙ୍ଗା ଥାନା ଅଧିକାରୀ ଦୀପକ କୁମାର ଜେନା ୯୪/୨୬ ନମ୍ବର ରେ ଏକ ମାମଲା ରୁଜ୍ଜୁ କରି ଅଧିକା ତଦନ୍ତ ଚଳାଇ ଥିବା ସୂଚନା ଦେଇଛନ୍ତି।
