ଗଞ୍ଜେଇ ଗଛ ଘରେ ଲଗାଇବା ଘଟଣା କୁନେଇ ବ୍ୟକ୍ତି ଙ୍କୁ ଗିରଫ କଲା କୋଡ଼ିଙ୍ଗା ପୋଲିସ ..

କୋଷାଗୁମୁଡ଼ା(ଦୟାରାମ ପନକା)
ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ କଶ୍ୟପ ପାର୍ଥ ଜଗଦୀଶ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ପାପଡାହାଣ୍ଡି ଏସ୍ଡିପିଓ- ସତ୍ୟଜିତ କେଣ୍ଡେଲ କେଲ, କୋଡୀଙ୍ଗା ଥାନାଧିକାରୀ ଦୀପକ କୁମାର ଜେନା ଙ୍କ ସହ କୋଡୀଙ୍ଗା ପୋଲିସ ର ଏକ ଟିମ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡୀଙ୍ଗା ଥାନା ଅନ୍ତର୍ଗତ ବାଲେଙ୍ଗା ଠାରେ ବେଆଇନ ଭାବେ ନିଜ ଘରେ ଲଗାଯାଇଥିବା ଗଂଜେଇ ଗଛ ନଷ୍ଟ କୁ ନଷ୍ଟ କରିଛନ୍ତି। ବାଲେଙ୍ଗା ଗ୍ରାମର ତୁଲାରାମ ଭତ୍ରା ନାମକ ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୧୫ ଟି ଗଂଜେଇ ଗଛ ଲଗେଇ ଥିଲେ..ଗଂଜେଇ ଗଛ ସବୁ ପ୍ରାୟ ୧୦ ଫୁଟ ରୁ ଅଧିକ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧୫୦୦୦ ଟଙ୍କା ରୁ ଉର୍ଧ୍ଵ ହେବ ବୋଲି ପୋଲିସ ର ତଦନ୍ତ ରୁ
ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଆଜି କୋଡ଼ିଙ୍ଗା ପୋଲିସ ର ଏକ ଟିମ ମିଳିତ ଚଡାଉ କରିଥିଲେ। ପରେ ସ୍ଥାନୀୟ ମାଜିଷ୍ଟେଟ କୋଡୀଙ୍ଗା ଅତିରିକ୍ତ ତହସିଲଦାର ଙ୍କ ଉପସ୍ଥିତି ରେ ସମ୍ପୂର୍ଣ ଗଂଜେଇ ଗଛ କୁ ନିଆଁ ଲଗାଇ ନଷ୍ଟ କରିବା ସହ ଅଭିଯୁକ୍ତ କୁ ଗିରଫ କରି ଅଧିକ ତଦନ୍ତ ଚଲାଉଥିବା ଜଣାପଡିଛି। ଏପଟେ ଏହି ଘଟଣା କୁନେଇ କୋଡ଼ିଙ୍ଗା ଥାନାଧିକାରୀ ଦୀପକ କୁମାର ଜେନା ୯୪/୨୬ ରେ ଏକ ମାମଲା ରୁଜ୍ଜୁ କରିଥିବା ସୂଚନା ଦେଇଛନ୍ତି ।
