September 8, 2026

ଗ୍ରାମୀଣ ଜଳଯୋଗାଣ ଯନ୍ତ୍ରୀ ଙ୍କ ସାରଳା ମନ୍ଦିର ପରିଦର୍ଶନ

IMG-20260908-WA0028
Share

ତିର୍ତ୍ତୋଲ ତା 8/9/2026 ଗ୍ରାମୀଣ ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଭାବରେ ଇଂ ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଗତ ଛଅତାରିଖ ରେ ରଘୁନାଥପୁର ସ୍ଥିତ ଗ୍ରାମୀଣ ଜଳପରିମଳ କାର୍ଯ୍ୟାଳୟ ରେ ଯୋଗଦାନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା, ଅବସରରେ କହିଥିଲେ ଯେ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ଅଞ୍ଚଳର ପ୍ରତିଟି ଘରକୁ ସ୍ୱଛ ପାନୀୟ ଜଳ ଯୋଗାଇଦେବା କ୍ଷେତ୍ରରେ ତାଙ୍କର ମୁଖ୍ୟ ପ୍ରାଥମିକତା ରହିବ l ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଲାଗିରହିଥିବା ସମସ୍ତ ଜଳପ୍ରକଳ୍ପ କୁ ତ୍ୱରାନ୍ୱିତ କରି ବ୍ୟବସ୍ଥାର ସୁଧାର ଆଣିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଇଥିଲେ l ତେବେ ସେ ଜଣେ ଦକ୍ଷ, ପ୍ରବୀଣ, ଅଭିଜ୍ଞ ଓ କର୍ତ୍ତବ୍ୟନିଷ୍ଟ ଏବଂ ତାଙ୍କର ଦୀର୍ଘବର୍ଷ ର ଅଭିଜ୍ଞତା ରହିଥିବା ବେଳେ, ପୂର୍ବରୁ ବହୁ ଗୁରତ୍ୱପୂର୍ଣ୍ଣ ଜଳପ୍ରକଳ୍ପ କୁ ସୁଚାରୁରୂପେ ପରିଚାଳନା କରିଥିବାର ଦକ୍ଷତା ମଧ୍ୟ ରହିଅଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର