September 7, 2026

ପାରାଦୀପ ରେ ପ୍ରଦୂଷଣ ର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଓ ପାରାଦୀପ ମୁନିସିପାଲିଟି ର ମିଳିତ ଉଦ୍ୟମ ରେ ପ୍ରଦୂଷଣ,

IMG-20260907-WA0091
Share

ପାରାଦୀପ ରେ ପ୍ରଦୂଷଣ ର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଓ ପାରାଦୀପ ମୁନିସିପାଲିଟି ର ମିଳିତ ଉଦ୍ୟମ ରେ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ପଲିଥିନ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ କୁ ରୋକିବା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଆଜି ଶିଳ୍ପକାରଖାନା ର ଧୂଳି ଧୂଆଁ ସାଙ୍ଗକୁ, ରାସ୍ତାରେ ଗାଡି ମୋଟର ର ଧୂଳିଧୂଆଁ ରେ ଅତିଷ୍ଠ ହୋଇପଡିଲେଣି ପାରାଦୀପ ବାସୀ l କେତେବେଳେ କମ୍ପାନୀ ର ବର୍ଜ୍ୟଜଳ ରେ ମାଛ ମଡ଼କ ସୃଷ୍ଟି ହେଉଛି ତ କେତେବେଳେ ପ୍ରଦୂଷଣ ପ୍ରଭାବ ରେ ପାରାଦୀପ ଅଞ୍ଚଳ ବାସୀ ଦୁରାରୋଗ୍ୟ ରେ ପୀଡିତ ହେବା ର ଅନେକ ନଜିର ରହିଛି l ଯାହାକୁ ନେଇ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ତରଫରୁ ଆଜିଠାରୁ ସାତଦିନ ଧରି ପରିବେଶ ସଚେତନତା ମୂଳକ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ କରୁଥିବା ବେଳେ କିପରି ପ୍ରଦୂଷଣ କୁ ରୋକାଯାଇପାରିବ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ର ଅଧିକାରିଣୀ l ପାରାଦୀପ ରେ ପ୍ଲାଷ୍ଟିକ ପ୍ରଦୂଷଣ କୁ ରୋକିବା ପାଇଁ ନିକଟରେ ପାରାଦୀପ ମୁନିସିପାଲିଟି ତରଫରୁ ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରାଯାଇଥିବା ବେଳେ ଆଗାମୀ ଦିନରେ ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜାକୁ ଦୃଷ୍ଟି ରେ ରଖି ଦୋକାନ ବଜାର ଗୁଡିକ ଉପରେ ଜୋରଦାର ଚଢ଼ାଉ କରାଯିବା ନେଇ କହିଛନ୍ତି ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା l

ବାଇଟ – ଅଭିଷେକ ପଣ୍ଡା ( ପୌରନିର୍ବାହୀ ଅଧିକାରୀ, ପାରାଦୀପ ମୁନିସିପାଲିଟି )

ବାଇଟ – ରିବେଚିତା ଷଢଙ୍ଗୀ ( ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରିଣୀ ) ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed