ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କରକମଳରେ ନୀଳଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ*
ନୀଳଗିରି ( ଦେବାଶିଷ ଦାଶ )
ନୀଳଗିରି ଉପଖଣ୍ଡ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୀଳଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ର ଏକ ନୂତନ ଶାଖା ଶୁଭାରମ୍ଭ ହୋଇଛି। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶାଖାକୁ ଉଦଘାଟନ କରିଥିଲେ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କର ଉପ ମହାପ୍ରବନ୍ଧକ ରାଜ କୁମାର ସିଂ, ବାଲେଶ୍ୱର ମଣ୍ଡଳ ପ୍ରମୁଖ ଜିତେନ୍ଦ୍ର କୌଶଲ, ଶାଖା ପରିଚାଳକ ବିକାଶ କୁମାର ମଲ୍ଲିକଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଓ ଅତିଥିମାନେ ଉପସ୍ଥିତ ଥିଲେ।
ନୀଳଗିରି ଉପଖଣ୍ଡ ଅଞ୍ଚଳରେ ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କୌଣସି ଶାଖା ନଥିବାରୁ ଗ୍ରାହକମାନେ ବ୍ୟାଙ୍କିଂ ସେବା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁଥିଲା। ଫଳରେ ବିଭିନ୍ନ ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ନୀଳଗିରିରେ ନୂତନ ଶାଖା ଖୋଲାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।
ନୂତନ ଶାଖାର ପ୍ରଥମ ଦିବସରେ ମୁଖ୍ୟ ଅତିଥି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଣେ ଗ୍ରାହକଙ୍କୁ ୧୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଅଞ୍ଚଳବାସୀ ବ୍ୟାଙ୍କର ବିଭିନ୍ନ ସେବା ସହିତ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ମଧ୍ୟ ପାଇପାରିବେ ବୋଲି ବ୍ୟାଙ୍କର ଉପ ମହାପ୍ରବନ୍ଧକ ରାଜ କୁମାର ସିଂ ପ୍ରକାଶ କରିଥିଲେ।
ନୀଳଗିରିରେ ପିଏନ୍ବିର ନୂତନ ଶାଖା ଖୋଲିବା ଦ୍ୱାରା ଅଞ୍ଚଳର ଗ୍ରାହକମାନେ ସହଜରେ ବ୍ୟାଙ୍କିଂ ସେବା ପାଇପାରିବା ସହ ଏହା ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ଅଧିକ ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି।
