September 7, 2026

କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବଣ୍ଟନ କଲେ ସମାଜସେବୀ ଅଭିମନ୍ୟୁ ସାହୁ

IMG-20260906-WA0074
Share

 

ଅନୁଗୋଳ ନିର୍ବାଚନ ମଣ୍ଡଳୀ ସୁସୁଡା ପଂଚାୟତ ଅନ୍ତର୍ଗତ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରକୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ପବିତ୍ର ଗୁରୁ ଦିବସ ଉପଲକ୍ଷେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ #ଅଭିମନ୍ୟୁ #ସାହୁ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରକୁ ଡାଲି, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବା ସହ ସମସ୍ତ ସଦସ୍ୟ ଙ୍କୁ ମିଠା ଖୁଆଇ ଖୁସି ମନାଇଥିଲେ। ବର୍ଷା ଋତୁ ପାଇଁ ତାଲିମ କେନ୍ଦ୍ରରେ ଖାଦ୍ୟ ସାମଗ୍ରୀ ଅଭାବ ଥିବା ଖବର ସମାଜସେବୀ ଶ୍ରୀ ସାହୁ ପାଇ ତୁରନ୍ତ ଖାଦ୍ୟ ପଦାର୍ଥ ଯୋଗାଇ ଦେଇ ନିଜର ମାନବିକତାର ପରିଚୟ ଦେଇଛନ୍ତି। ସେମାନଙ୍କ ସହ ଦିନ ବିତାଇ ଆନନ୍ଦିତ ହେବା ସହ ଆଗାମୀ ଦିନରେ ସାହାଯ୍ୟ ସହଯୋଗ ଜାରି ରହିବ ବୋଲି ସୂଚନା ଦେଇଥିଲେ ଅଭିମନ୍ୟୁ ସାହୁ।