September 6, 2026

ମଦ୍ୟପାନ କରି ସ୍କୁଲ ଆସିବା ମହଙ୍ଗା ପଡ଼ିଲା  ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ  ୨ ଶିକ୍ଷକଙ୍କ ଦରମା ବନ୍ଦ 

IMG-20260906-WA0069
Share

 

କପ୍ତିପଦା ( ଦେବାଶିଷ ଦାଶ )

 

 

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ମଦ୍ୟପାନ କରି ସ୍କୁଲ ଆସିବା। ଜଣେ ଶିକ୍ଷକଙ୍କୁ ସସ୍ପେଣ୍ଡ କରିବା ସହ ଦୁଇ ଜଣଙ୍କ ଦରମା ବନ୍ଦ କଲେ କପ୍ତପଦା BEO । କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଦୁଇ ଜଣଙ୍କ ଦରମା ବନ୍ଦ ହୋଇଛି । ମୟୂରଭଞ୍ଜ କପ୍ତିପଦା ଭୁତାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସିଥିବାରୁ ତାଙ୍କୁ ନିଲମ୍ବିତ କରିବା ସହିତ ଦରମା ବନ୍ଦ କରାଯାଇଛି । ଏଥି ସହ ଗଜାଆମ୍ବ ବିଦ୍ୟାଳୟର ସହକାରୀ ଶିକ୍ଷକ ବାପି ହେମ୍ବ୍ରମ ଏବଂ କାଠଚୁଆ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ହାଁସଦା ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସିଥିବାରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି । ଏହା ବ୍ୟତୀତ ବିନା କାରଣରେ ତିନି ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ କାଠଚୁଆ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ସରୋଜ କରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କପ୍ତିପଦା BEO ପାନମଣି ବେସ୍ରା । ବିଇଓଙ୍କ ଏଭଳି ଆକ୍ସନ ପରେ ଶିକ୍ଷକ ମହଲରେ ଭୟ ସୃଷ୍ଟି ହୋଇଛି ।