September 6, 2026

ଚିଲିକା ପ୍ରେସ କ୍ଲବର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ସାଧାରଣ ସଭା 

IMG-20260906-WA0056
Share

 

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ–ବାଣପୁର ଅଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଗଠିତ ଚିଲିକା ପ୍ରେସକ୍ଲବର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପ୍ରେସକ୍ଲବର ସଭାପତି ପ୍ରକାଶ ପ୍ରଧାନ ଏବଂ ସମ୍ପାଦକ ଅନନ୍ତ ଚରଣ ବାରିକ ବିଭିନ୍ନ କାର୍ଯ୍ୟକଳାପ, ସାମ୍ବାଦିକମାନଙ୍କ ସମସ୍ୟା ଏବଂ ଆଗାମୀ ଦିନରେ ପ୍ରେସକ୍ଲବକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ଅଞ୍ଚଳର ବିଭିନ୍ନ ସାମାଜିକ ସମସ୍ୟା, ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଖବର ପ୍ରକାଶ କରିବା ସହିତ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସେହିପରି ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ସମନ୍ୱୟ ଓ ଭାଇଚାରା ବଜାୟ ରଖିବା ସହିତ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନଜରକୁ ଆଣିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ଚିଲିକା ପ୍ରେସକ୍ଲବର ସଦସ୍ୟ ଓ ସାମ୍ବାଦିକମାନେ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ମତାମତ ରଖିଥିଲେ।

ଶେଷରେ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ଏକତା ଓ ସହଯୋଗ ରହିଲେ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ଆହୁରି ପ୍ରଭାବଶାଳୀ ଭାବେ ଉପସ୍ଥାପନ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ସଂଗ୍ରାମ ପାଇକରାୟ ଧନ୍ୟବାଦ ଦେଇ ସଭାସାନ କରିଥିଲେ l

(ବାଲୁଗାଁ ରୁ ସୁଧାଂଶୁ ଶେଖର ପରିଡାଙ୍କ ରିପୋର୍ଟ ଉପାନ୍ତ ଖବର )