September 6, 2026

ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପାଣିଗ୍ରାହୀଙ୍କ କଳା କାରନାମା ପଦାକୁ ଆସିଲା

IMG-20260906-WA0004
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ନିଜ ଗାଁରେ ସରକାରୀ ଜାଗା ଜବରଦଖଲ, ସରକାରୀ ଜାଗାରୁ ଗଛ କାଟିବା, ସମ୍ପର୍କୀୟଙ୍କୁ ଅସଦାଚରଣ ଆଦି ସଂଗୀନ ଅଭିଯୋଗ ଆଣିଲେ ଗ୍ରାମବାସୀ

ଜଣେ ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ଏବେ ସଙ୍ଗୀନ ଅଭିଯୋଗ ଆସିଛି। ପୂର୍ବତନ ଅତିରିକ୍ତ ଏସପି ବସ୍ତା ବ୍ଲକ ସନ୍ତୋଷପୁର ଗ୍ରାମର ଅମରେଶ ପାଣିଗ୍ରାହୀ ନିଜ ଗ୍ରାମରେ କ୍ଷମତାର ଅପବ୍ୟବହାର କରି ବିଭିନ୍ନ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଶ୍ରୀ ପାଣିଗ୍ରାହୀ ନିଜ ଗ୍ରାମରେ ଥିବା ସରକାରୀ ଖାସ୍ ଜାଗାକୁ ଜବରଦଖଲ କରି ନିଜ ନାମରେ ବ୍ୟବହାର କରିବା ସହ ପରବର୍ତୀ ଅବସ୍ଥାରେ ତାକୁ ବିକ୍ରି କରିଦେବା, ସେହି ସରକାରୀ ଜାଗାରେ ଥିବା ମୂଲ୍ୟବାନ ଗଛ ବିନା ଅନୁମତିରେ କାଟି ବିକ୍ରି କରିଦେବା, ସରକାରୀ ନାଲିବତି ଗାଡି ଆଣି ନିଜ ଘରେ ରଖିବା, ସ୍ଥାନୀୟ ଲୋକଙ୍କୁ ଧମକ ଦେଇ ଥାନାକୁ ନେବା କହି ଅଧା ରାସ୍ତାରେ ଛାଡ଼ିଦେବା, ମୋବାଇଲ ଛଡାଇ ନେବା, ମୁଥ ମାରି ରକ୍ତାକ୍ତ କରିବା ସହ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଧମକ ଚମକ ଦେବା ଓ ଅସଦାଚରଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।ଗ୍ରାମବାସୀ କହିଛନ୍ତି, ସେ ପୋଲିସରେ ବଡ ଅଫିସର ଥିଲେ ବୋଲି କେହି ତାଙ୍କ ବିରୁଦ୍ଧରେ କହିବାକୁ ସାହସ କରୁ ନଥିଲେ। ଏବେ ସେ ଅବସର ନେବା ପରେ ଆମେ ନ୍ୟାୟ ମାଗୁଛୁ।

You may have missed