September 5, 2026

ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ. ସାତ ଜଣ ପ୍ରାକ୍ତନ ଗୁରୁଙ୍କୁ ସମ୍ବର୍ଦ୍ଧନା*

IMG-20260905-WA0047
Share

 

ଦେବ ଭୂମି, ବେଦ ଭୂମି, ବନ୍ଦନର ଭୂମି, ଅଭିନନ୍ଦନ ର ଭୂମି, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ର ଦେଶ ଆମ ଭାରତ। ଏଠି ଗୁରୁଜନ ମାନଙ୍କୁ ଉଚ୍ଚ ଆସନ ଅର୍ପଣ କରାଯାଏ, ଦେବତାଙ୍କ ସହିତ ତୁଳନା କରାଯାଏ ଏବଂ ଗୁରୁ ବନ୍ଦନ, ପୂଜନ ସହିତ ଗୁରୁ ଙ୍କୁ ଉଚିତ ସମ୍ମାନ ଦିଆଯାଏ। ସେହି କ୍ରମରେ ଆଜି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବଡ଼କୋଦଣ୍ଡା କ୍ଲଷ୍ଟରର ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର ଗୁରୁ ଦିବସ ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ଗୀତାଞ୍ଜଳି ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ, ପୂଜ୍ୟପୂଜାର ପରମ୍ପରା କୁ ସମ୍ମାନ ଜଣାଇ, ଗୁରୁଙ୍କୁ ଉଚିତ ସମ୍ମାନ ପ୍ରଦାନ କରିବା ପାଇଁ ଗୁରୁ ବନ୍ଦନା ସହିତ ସାତ ଜଣ ଅବସରପ୍ରାପ୍ତ ଗୁରୁ ଶ୍ରୀ ଦିଗାମ୍ବର ପ୍ରଧାନ, ଶ୍ରୀ ଉମେଶ ଦାଶ, ଶ୍ରୀ ମତି ଗାୟତ୍ରୀ ପଣ୍ଡା, ଶ୍ରୀ ସତ୍ୟନାରାୟଣ ସାହୁ, ଶ୍ରୀ ରାଧାକୃଷ୍ଣ ନାୟକ, ଶ୍ରୀ ମତି ମମତା ପଟ୍ଟନାୟକ ଓ ଶ୍ରୀ ମତି ବାସନ୍ତୀ ପାଣିଗ୍ରାହୀ ଙ୍କୁ କଲମ, ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମହମ୍ମଦ ଆଶରଫ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ଗୀତାଞ୍ଜଳି ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମସ୍ତ ଅତିଥି-ଗୁରୁ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନିଜର ଅମୀୟ ବାଣୀ ଓ ଆଶ୍ରୀବଚନ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମତି ସସ୍ମିତା ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ପାଚିକା ଏବଂ ସହାୟିକା ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ଏହି ପରି ଅନନ୍ୟ କାର୍ଯ୍ୟକ୍ରମ ତଥା ନିଆରା ପଦକ୍ଷେପ: ଗୁରୁ ବନ୍ଦନା ଓ ସମ୍ବର୍ଦ୍ଧନା ପାଇଁ ସମସ୍ତ ଅବସରପ୍ରାପ୍ତ ଗୁରୁ ସ୍ଵାଗତ କରିବା ସହିତ ଖୁସି ବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ, ଚକୋଲେଟ୍ ଏବଂ ପେନ୍ ବଣ୍ଟନ କରାଯାଇଥିଲା।

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ