ଉମରକୋଟ ଅବ୍ୟବସ୍ଥା ରେ ନୂତନ ବସ୍ ଷ୍ଟାଣ୍ଡ ସୌନ୍ଦର୍ଯ୍ୟ ହରାଉଛି………..

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ପୌର ପରିଷଦ ର ୱାର୍ଡ ନଂ ୧୪ ରେ ଥିବା ନୂତନ ବସ୍ ଷ୍ଟାଣ୍ଡ ସୌନ୍ଦର୍ଯ୍ୟ ହରାଉଛି ।କିଛି ଦିନ ପୂର୍ବେ ସୌନ୍ଦର୍ଯ୍ୟ କରଣ ନିମନ୍ତେ ପୌର ପରିଷଦ ଦ୍ୱାରା ନୂତନ ବସ୍ ଷ୍ଟାଣ୍ଡ ଚତୁର୍ପାର୍ଶ୍ୱରେ ଯେଉଁ ଗଛ ଗୁଡିକ ଲାଗିଛି ସେ ଗଛ ଗୁଡିକ ରେ ରଙ୍ଗ ବିରଙ୍ଗ ଲାଇଟ୍ ଲଗା ଯାଇଛି କିନ୍ତୁ ଯେଉଁ ଦିନ ଠାରୁ ଲଗା ଯାଇଛି ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ କିଛି ଗଛ ଆଲୋକି କାରଣ ହୋଇନାହିଁ । ବାରମ୍ବାର ନୂତନ ବସ୍ ଷ୍ଟାଣ୍ଡ ରେ ଥିବା ଦୋକାନୀ ମାନେ ଅଭିଯୋଗ କରି ପୌର ଅଧିକାରୀ ଙ୍କ ଦୃଷ୍ଟି ରେ ଆଣିବା ପରେ ବି କର୍ଣ୍ଣପାତ ଦେଉନାହାନ୍ତି । ବସ୍ ଷ୍ଟାଣ୍ଡ ଠାରେ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମ ଗାର ଚତୁର୍ ପାର୍ଶ୍ୱ ନାହିଁ ନ ଥିବା ମଳ ମୂତ୍ର ଦୁର୍ଗନ୍ଧ ଅଳିଆ ଆବର୍ଜନା ରେ ଭରପୁର । ଯାତ୍ରୀ ବିଶ୍ରାମ ନେବା ତ ଦୂର ର କଥା ସେ ବିଶ୍ରାମ ଗାର ରେ ଠିଆ ହୋଇ ଟିକେଟ କରିବା ପାଇଁ ବି ଯାତ୍ରୀ ମଙ୍ଗୁନାହାନ୍ତି। ଭଙ୍ଗା ଡ୍ରେନ୍ ରୁ ଅଳିଆ ଆବର୍ଜନା ବର୍ଷା ପାଣି ବସ୍ ଷ୍ଟାଣ୍ଡ ଭିତରେ ହିଁ ପ୍ରବେଶ କରୁଛି ଷ୍ଟାଣ୍ଡ ଚାରିଆଡ଼େ ବଡ ବଡ ଖାଲ ଢିପ ରେ ରେ ପରିପୂର୍ଣ। ଏଥି ନିମନ୍ତେ ପୌର ପରିଷଦ ଅଧିକାରୀ ଏହି ନୂତନ ବସ୍ ଷ୍ଟାଣ୍ଡ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଲାଇଟ୍ ଓ ଚତୁର୍ପାର୍ଶ୍ୱେ ସଫେଇ ବିଶ୍ରାମ ଗାର ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବେ ବୋଲି ବୁଦ୍ଧି ଜିବୀ ମହଲରେ ଚର୍ଚ୍ଚା।
