ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବୁଗୁଡ଼ା : ତା ୦୪/୦୯/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଯାଇଛି । ଏ ଅବସରରେ ଶିଶୁ ବାଟିକା ବିଭାଗର ରାଧା ଓ କୃଷ୍ଣ ବେଶଧାରୀ ଶିଶୁମାନଙ୍କ ନଗର ଭ୍ରମଣ, ଦଧି ଭାଣ୍ଡ ଭଞ୍ଜନ ଓ ଦୋଳିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋରୀପତି ଦାଶ, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସଦସ୍ୟା ମଧୁସ୍ମିତା ପାଢୀ ଓ କୋଷାଧକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ ପୂର୍ବକ ଶ୍ରୀ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ । ଗୁରୁମା ରସନା ପ୍ରଧାନଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା ସାହୁ ପରିଚାଳନା କରିଥିବା ବେଳେ ଏଥିରେ ଗୁରୁମା ରଶ୍ମିତା ଜେନା, ସୁଜାତା ମହାପାତ୍ର, ଅର୍ଚ୍ଚନାମୟୀ ପାତ୍ର, ପାପା ବିଷୋୟୀ, ଦିପିକା ବେହେରା, ୟୁ. ଜୟଶ୍ରୀ ଦୋରା, ରାକ୍ଷୀ ସ୍ବାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
