ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ବୁଗୁଡ଼ା : ତା ୦୪/୦୯/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବୁଗୁଡା ପ୍ରଖଣ୍ଡ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ସଭାପତି ଟି.ସୁଦର୍ଶନ ପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ଅତିଥି ଭାବେ କରଚୁଲି ବ୍ଯାଘ୍ରମ୍ବରୀ ମଠାଧୀଶ ସତ୍ଯାନନ୍ଦ ଗିରି, ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ଗଙ୍ଗାଧର ବିଷୋୟୀ, ବଜରଙ୍ଗ ଦଳ ସଂଗଠକ ଧୀରଜ ମହାରଣା ପ୍ରମୁଖ ଯୋଗ ଦେଇ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଏବଂ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ପୂଜ୍ଯ ଅଶୋକ ସିଂଘଲଙ୍କ ଜନ୍ମ ଶତବାର୍ଷିକୀ ପାଳନ ସମ୍ପର୍କେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବଂୟ ସେବକ ଜୟନ୍ତ ପଟ୍ଟନାୟକ ସଂଯୋଜନା, ବଜରଙ୍ଗ ଦଳର ଘୁମୁସର ସାଂଗଠନିକ ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ସ୍ବାଇଁ ଉଦ୍ଦେଶ୍ଯ ଜ୍ଞାପନ ଏବଂ ପରିଶେଷରେ ବଜରଙ୍ଗ ଦଳର ବୁଗୁଡା ପ୍ରଖଣ୍ଡ ସଂଯୋଜକ ଗୁଲସନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
