September 4, 2026

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ଜନ୍ମାଷ୍ଟମୀ ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ..

IMG-20260904-WA0024
Share

ତିର୍ତ୍ତୋଲ ତା 4/9/2026 ତିର୍ତ୍ତୋଲବ୍ଲକ, କନକପୁର ପଞ୍ଚାୟତ ଅଧିନ ଛତ୍ରମଠ ତରାପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀକୃଷ୍ଣ ସହସ୍ରନାମ ପାଠ, ରାଧା କୃଷ୍ଣ ବେଶରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା, ରାସଦୋଳିଖେଳ ଆଦି ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ତଥା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ବିଜୟ କୁମାର ପଣ୍ଡା, ଜିଲ୍ଲା ଧର୍ମଜାଗରଣ ସମନ୍ୱୟ ବିଭାଗ ର ସଂଯୋଜକ ଦେବୀପ୍ରସାଦ ତ୍ରିପାଠୀ ଙ୍କ ସମେତ ସୁପ୍ରଭା ନାୟକ, କମଳିନୀ ଶତପଥୀ, ଶୁଭଶ୍ରୀ ତ୍ରିପାଠୀ, ସରୋଜିନୀ ରାଉତ, ଶିବାଙ୍ଗୀ ବର୍ଦ୍ଧନ, ରାଜଶ୍ରୀ, ମଞ୍ଜୁଶ୍ରୀ, ସାବିତ୍ରୀ, ଅଶୋକ କୁମାର ସିଂହ ଓ ଶିବପ୍ରସାଦ ନନ୍ଦ ଙ୍କ ପ୍ରମୁଖ ସମସ୍ତ ଗୁରୁମା ଗୁରୁଜୀ ମାନେ ଅଂଶଗ୍ରହଣ କରି ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ତେବେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା l ଏଥିରେ ବହୁସଂଖ୍ୟକ ସ୍ଥାନୀୟଅଧିବାସୀ ଓ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର