September 5, 2026

ଶିକ୍ଷିତ ସମାଜଗଠନରେ ନିରକ୍ଷରଙ୍କୁ ସାକ୍ଷରତା ପ୍ରୟାସ…

IMG-20260904-WA0003
Share

 

 

ଚିକିଟି ଶୁଭଶ୍ରୀ ପ୍ରଧାନ

 

ପାତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ୧୭ ଗୋଟି କ୍ଲଷ୍ଟର ର ସମସ୍ତ ଆଞ୍ଚଳିକ କେନ୍ଦ୍ର ଶିକ୍ଷା ସଂଯୋଜକ.ସିଆର ସି ସି ମାନଙ୍କ ସହଭାଗିତାରେ ପ୍ରାଥମିକ, ଊଚ୍ଚ ପ୍ରାଥମିକ. ଊଚ୍ଚ ବିଦ୍ୟାଳୟ ଗୁଡିକର ,୧୮୪ ଜଣ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପିଏମ ଶ୍ରୀ କରୁଣାକର ଊଚ୍ଚ ବିଦ୍ୟାଳୟ, ପାତ୍ରପୁର ଠାରେବ୍ଲକସ୍ତରୀୟ (ଊଲ୍ଲାସ )ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଈଯାଈଛି l ଏହିଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀତାରାମ ପାତ୍ର ନିରକ୍ଷରତା ଜନସାଧାରଣ ପଢ଼ିଲେଖି ଜାଣିଲେ ଶିକ୍ଷିତ ସୁସ୍ଥମାଜ ଗଠନରେ ସଂସ୍କାର ମୁଳକ ପରିଵର୍ତ୍ତନ ହୋଈ ପାରିବ ବୋଲି ବ୍ୟକ୍ତ କରିଥିଲେ, ଏକଦିବସୀୟ ସଚେତନତା ଶିବିରକୁ ସହ ଗୋଷ୍ଠି ଶିକ୍ଷାଧିକାରୀ ଜଗନ୍ନାଥ ଭୂୟାଁଙ୍କ ଶୣଙ୍ଖଳିତ ତତ୍ୱାବଧାନ ପରିଚାଳନା ସହ ସିମାଞ୍ଚଳ ପାଈକ ବିଆର୍ ସିସି, ସୁଶିଲ କୁମାର ପାତ୍ର ସହ ଗୋଷ୍ଠୀ ଶିକ୍ଷାଧିକାରୀ ସଂଯୋଜନା କରି ଗ୍ରାମସ୍ତରରେ ରହିଯାଈଥିବା ୧୫ ବର୍ଷରୁ ଉର୍ଦ୍ଧ ନିରକ୍ଷର ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସ୍ୱାକ୍ଷର କରାଈବା ଦିଗରେ ଉଦ୍ୟମକୁ ସଫଳ ରୂପାୟନ ନିମନ୍ତେ ଗରୁତ୍ବ ଦେଈଥିଲେ l ଏଥିରେ ଚିନ୍ତାମଣି ନାୟକ ଓ ଲଷ୍ମୀନୃସିଂହ ଦଳାଇ ସମ୍ଭଳ ଶିକ୍ଷକ ଭାବେ ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ll

You may have missed