September 2, 2026

ନିଖୋଜ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

IMG-20260902-WA0038
Share

 

ଅସ୍ତରଙ୍ଗ,, ଅସ୍ତରଙ୍ଗ ବ୍ଲକଆଳସାହି ପଞ୍ଚାୟତ ବରାଙ୍ଗ ଗ୍ରାମ ର ୬୫ ବର୍ଷୀୟ ବୃଦ୍ଧ ବିପିନ ସାହୁ ସୋମବାର ମଧ୍ୟାହ୍ନ ସମୟ ରେ ଗ୍ରାମ ନିକଟରେ ଥିବା ପୁଇଁଚାନ୍ଦୀଆ ନାଳକୁ ସବୁଦିନ ପରି ସୋମବାର ଦିନ ମାଛ ଧରିବାକୁ ଯାଇଥିଲେଲ l କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବା ଦେଖି ପରିବାର ଲୋକ ଗ୍ରାମବାସୀ ମିଶି ବହୁତ ଖୋଜାଖୋଜି କରି ନିରାଶ ହେବା ପରେ ଅସ୍ତରଙ୍ଗ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ଖୋଜା ଖୋଜି ଆରମ୍ଭ କରି ନ ମିଳିବାରୁ ସେହି ସମୟ ରେ ରାତି ହୋଇଯାଇଥିଲା l ରାତ୍ର ସମୟ ରେ ଖୋଯିବା ସମ୍ଭବ ହୋଇନ ପାରିବାରୁ ଫେରିଯାଇଥିଲା ଅଗ୍ନିଶମ ବାହିନୀ । ପୁନର୍ବାର ମଙ୍ଗବାର ସକାଳୁ ପାୱାର ବୋଟ ଧରି ନଦୀ ର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବା ପରେ ପୁନର୍ବାର ଫେରିଯାଇଥିଲେବି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳି ନ ଥିଲା l ହେଲେ ବୁଧବାର ଦିନ ସକାଳେ ନିଖୋଜ ବିପିନ ସାହୁ ଙ୍କ ମୃତ ଶରୀର ଗ୍ରାମ ଠାରୁ କିଛି ବାଟ ଥିବା ଏକ ନାଳରେ ଭାଷୁ ଥିବାର ଦେଖିବାକୁ ମିଳିଥିଲା l ଖବର ପ୍ରଚାରିତ ହେବା ପରେ ପରିବାର ଲୋକ ଓ ଗ୍ରାମବାସି ମିସି ମୃତ ଶରୀର ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ l ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଡାକ୍ତରୀ ମଇନା ପରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସବ ବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଅସ୍ତରଙ୍ଗ ଥାନା ଆଇ ଆଇ ସି, ବିଦିତା ନୟକ ପ୍ରକାଶ କରି ଛନ୍ତି l