ଆଜିର ଖବର..
୧-ସେପ୍ଟେମ୍ବର ପୂର୍ବରୁ ହିଁ ପୂରଣ ହେଲା ବର୍ଷା କୋଟା; ସ୍ୱାଭାବିକ ପରିମାଣକୁ ଟପିଲା ଓଡ଼ିଶା,ରାଜ୍ୟରେ ଚଳିତ ମୌସୁମୀରେ ୧୧୫୪.୩ ମିଲିମିଟର ବର୍ଷା ରେକର୍ଡ।
୨-ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ପାଇଁ SC&ST ବର୍ଗଙ୍କ ପାଇଁ ଆଶ୍ୱସ୍ତି:ଆଡମିଶନର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ।
୩-ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ହେବ।
୪-ସ୍ବାୟତ ଶାସନ ଦିବସରେ ଘୋଷଣା:୨୮ ନୂଆ NACକୁ ୫୬୦ କୋଟିର ପ୍ୟାକେଜ।
୫-MMDRକୁ ନେଇ ଥମୁନି ରାଜନୀତି, ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼େଇ କରିବାକୁ ବିଜେଡିର ରଣହୁଙ୍କାର, ସ୍ଵର ମିଳାଇଲା କଂଗ୍ରେସ।
୬-ଭୁବନେଶ୍ୱର:ପେନସନ ବିଳମ୍ବ କଲେ ସୁଧ ଗଣିବେ ଅଧିକାରୀ,ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଅର୍ଥ ବିଭାଗର ନିର୍ଦ୍ଦେଶ।
୭-ଭୋଟରଙ୍କ ଘରେ ପହଞ୍ଚିବ SEC; ଭୁବନେଶ୍ୱରରେ ଆରମ୍ଭ ହେବ ଭୋଟର ଭେରିଫିକେସନ୍, ସେପ୍ଟେମ୍ବର ୩ରୁ ଡୋର୍-ଟୁ-ଡୋର ସର୍ଭେ।
୮-ପରଲୋକରେ କ୍ରାଇମବ୍ରାଞ୍ଚ ଆଇଜି ଶଫିନ୍ ଅହମ୍ମଦ, ଓଡ଼ିଶା ପୋଲିସରେ ଶୋକର ଛାୟା।
୯-୨ କୋଟି ଟଙ୍କାର ସୁନା ଋଣ ଜାଲିଆତି: ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ବାନ୍ଧିଲା ପୁଲିସ।
୧୦-ପାଲଲହଡ଼ା ସ୍କ୍ରବ ଟାଇଫସ୍କୁ ନେଇ ବଡ଼ ଖବର, ୯ ରୋଗୀଙ୍କ ନମୁନା ନେଗେଟିଭ୍।
୧୧-ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଶେଷ,ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ ।
୧୨-ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଢେଙ୍କାନାଳ RTO ଅଫିସ୍ ପାଖରେ ଖୋଲିଲା ତୃତୀୟ ଚାଉଳ ATM।
୧୩-ଆସନ୍ତା ୨୦ରୁ ବାରବାଟୀରେ ଆରମ୍ଭ ହେବ ଓଡ଼ିଶା ଟି୨୦ ଲିଗ୍ ସିଏମ୍ ଟ୍ରଫି।
୧୪-ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ନିଷ୍କାସନ ନେଇ ଆଗୁଆ ସତର୍କ ସୂଚନା ଜାରି।
୧୫-ଖୁସି ଖବର ; ପାର୍ବଣ ପୂର୍ବରୁ ବହୁତ ଶସ୍ତା ହେଲା ସୁନା,୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୩,୭୦୦ ଟଙ୍କା ରହିଛି।
୧୬-ନୂଆଦିଲ୍ଲୀ:CJPର ସେପ୍ଟେମ୍ବର ୫ରେ ପଦଯାତ୍ରା,ରୋକିବାକୁ ମନାକଲେ ସୁପ୍ରିମକୋର୍ଟ,ରଦ୍ଦ ହେବ ୧୩ ମାମଲା।
୧୭-ନେପାଳ ବନ୍ୟା ; ଏଯାଏଁ ୧୦୦୦ ମୃତ୍ୟୁ ; ୪ହଜାରରୁ ଅଧିକ ନିଖୋଜ।
୧୮-ବିଶକେକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଇରାନ ରାଷ୍ଟ୍ରପତି ପେଜେସକିଆନଙ୍କ ଭେଟ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ଏହା ଥିଲା ପ୍ରଥମ ବୈଠକ।
୧୯-ମୋଦୀ-ପୁତିନ୍ ବୈଠକ: ଦ୍ୱିପାକ୍ଷିକ ସଂପର୍କ ଓ ବିଶ୍ୱଶାନ୍ତି ନେଇ ହେଲା ଆଲୋଚନା।
୨୦-ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ମହାନ ଫୁଟବଲର୍ ତଥା ବିଶ୍ୱକପ୍ ବିଜେତା ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
