October 12, 2026

ଶ୍ରାବଣ ଶେଷରେ ମଣିରାମ ମଠରେ ରୁଦ୍ରାଭିଷେକ

IMG-20260827-WA0063
Share

 

ପବିତ୍ର ଶ୍ରାବଣ ମାସରେ ବୋଲବମ ଯାତ୍ରୀ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ସହିତ କିଛି ଭକ୍ତ ଆଣ୍ଠେଇ ଆଣ୍ଠେଇ ବାବା ଲୋକନାଥ ଙ୍କୁ ଦର୍ଶନ କରିଥିବାବେଳେ ମଣିରାମ ମଠାଦିଶ ମହନ୍ତ ମହାରାଜ ଅଭିରାମ ଦାଶଙ୍କ ଅଧକ୍ଷତା ରେ ମଠ ପରିସରରେ ମହାଦେବଙ୍କ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମାଟିରେ ମହାଦେବଙ୍କ ଲିଙ୍ଗ, ଗଣେଶ, କାର୍ତିକ, ମା ପାର୍ବତୀ ଏବଂ ବୃଷବ ଙ୍କ ମୂର୍ତ୍ତି ରେ କ୍ଷୀର, ପଞ୍ଚାମୃତ ଏବଂ ବିଭିନ୍ନ ନୈବେଦ୍ୟ ସହିତ ରୁଦ୍ରାଭିଷେକ କରାଯାଇଥିଲା l ଆଜିର ଏହି ରୁଦ୍ରାଭିଷେକ ରେ ସାରା ରାଜ୍ୟର ବିଭିନ୍ନ ମଠର ମଠାଦିଶ ମାନେ ଅଂଶଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed