August 25, 2026

ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା

IMG-20260824-WA0080
Share

ପଦ୍ମପୁର : ୨୪/୦୮(ଜୟନ୍ତ କୁମାର ସେଠ)ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା ମିଳିଛି ।ପଶ୍ଚିମ ସଂଭାଗ ବୈଦିକ ଗଣିତ (ବାଳ ବର୍ଗ) ରେ ସ୍ଵାଗତ ସାହୁ,ୟଶଦୀପ ସାହୁ ଓ ପ୍ରୟାସ ପଧାନ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ପଶ୍ଚିମ ସଂଭାଗ ସଂସ୍କୃତିଜ୍ଞାନ (ବାଳ ବର୍ଗ) ପପୁନ ବଡଗୁଛିଆ,ଆୟୁଷ ଡନସନା,ଗୁରୁଦୀପ ସିଂ ପ୍ରଥମ ସ୍ଥାନରେ ଅଛନ୍ତି ।ସିଦ୍ଧି ପଣ୍ଡା (ବାଳବର୍ଗ) – ସମ୍ଭାଗ ସ୍ତରରେ କଥା କଥନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।ବରଗଡ଼ ବିଭାଗ ବିଜ୍ଞାନ ପ୍ରୟୋଗ( କିଶୋର ବର୍ଗ) ପ୍ରଥମ ସ୍ଥାନରେ ପ୍ରିୟାଂଶ ପାଢୀ ରହିଥିବା ବେଳେ ଗଣିତ ପ୍ରୟୋଗ( କିଶୋର ବର୍ଗ) ପ୍ରଥମ ସ୍ଥାନରେ ସୌରଭ ସୁନା ଓ ବିଜ୍ଞାନ ପ୍ରକଳ୍ପ ( କିଶୋର ବର୍ଗ) ପ୍ରଥମ ସ୍ଥାନ ମହେଶ ସାହା ରହିଛନ୍ତି । ଏମାନେ ଆସନ୍ତା ସେପ୍ଟେମ୍ବର ୬ ଓ ୭ , ୧୮ ଓ ୧୯ତାରିଖ ରେ ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗିର (କଲେଜ ଛକ), ବାଲେଶ୍ଵର ଜିଲ୍ଲାର ବାଲିଆ ଶିଶୁ ମନ୍ଦିରରେ ଅଂଶ ଗ୍ରହଣ କରିବାକୁ ଯାଉଥିବାର ସୂଚନା ରହିଛି । ଏଣୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିବାର ତରଫରୁ କୃତିତ୍ୱ ହାସଲ କରିଥିବା ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।