ଉମରକୋଟ ସୁନା ଚୋରି କରୁଥିବା ସମୟରେ ଚୋରକୁ କାବୁ କଲେ ଲୋକ , ସୁନା ଧରି ଅନ୍ୟ ଜଣେ ଚୋର ବାଇକରେ ଫେରାର……….

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ନବରଙ୍ଗପୁର୍ ଜିଲ୍ଲା ଉମରକୋଟ ଡିଏନକେ ସ୍ଥିତ ରୂପାଲି ଜୁଏଲାରୀ ଦୋକାନରେ ଆଜି ସାନ୍ଧ୍ୟା ସମୟରେ ସୁନା ଚୋରି କରୁଥିବା ସମୟରେ ଜଣେ ଚୋରକୁ ସେଠାରେ ଉପସ୍ଥିତ ଲୋକ କାବୁ କରିବାରେ ସଫଳ ହୋଇଥିଲେ। ଆଜି ସନ୍ଧ୍ୟାରେ ବେବି ଲକେଟ କିଣିବା ବ।ହ।ନ।ରେ ଦୁଇଜଣ ଚୋର ସୁନା ଦୋକାନ ଭିତରକୁ ଆସିଥିଲେ। ଜଣେ ଲୋକେଟ ଦେଖୁଥିବା ସମୟରେ ଆଉ ଜଣେ ଦୋକାନୀଙ୍କ ସୁଁନା ଗହଁଣା ଷ୍ଟକ୍ ଥିବା ପେଢ଼ି ଭିତରକୁ ହାତ ପୁରେଇ ଏକ ଲୋକେଟ ଭାର୍ତ୍ତି ଥିବା ବକ୍ସକୁ ଧରି ଦୌଡିକି ମୋଟର ସାଇକେଲରେ ଫେରାର ହୋଇଗଲା କିନ୍ତୁ ଉପସ୍ଥିତ ଦିୋକାନୀ ମାଲିକ, କର୍ମଚାରୀ ଓ କିଛି ଲୋକ ଅନ୍ୟ ଜଣେ ସାଥୀ ଚୋର ହଠାତ୍ ଦୋଉଡ଼ିକି ବାଇକ୍ ପାଖକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ କାବୁ କରି ମାଡି ବସିଲେ। ସେ ଫେରାର ହେବା ପାଇଁ
ଯେତେ ବାହାନା କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଲୋକେ ଛାଡ଼ି ନ ଥିଲେ । ଏପରିକି ଚୋର ଅନ୍ୟ ସାଥୀକୁ ମୋବାଇଲ ଯୋଗେ କଥା ହେବା ପାଇଁ କଲ କଲେ ମଧ୍ୟ ଉଠାଇ ନ ଥିଲେ। ଦୋକାନୀ ମାଲିକ ପୁଲିସକୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ଚୋରକୁ ଥାନାକୁ ନେଇଛି । ଦୌଡି ଚାଲି ଯାଇଥିବା ଚୋର ସୁନା ପ୍ରାୟ ୫୦ ରୁ ୬୦ ଗ୍ରାମ ସୁନା ଚୋରି କରି ନେଇଥିବା କହିଛନ୍ତି ସୁନା ଦୋକାନ ମାଲିକ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ସୁନା ଦୋକାନୀ। ସି.ସି.ଟିଭି ଫୁଟେଜ ଆଧାରରେ ଖସି ଯାଇଥିବା ଚୋର କୁ ଧରିବାକୁ ଉଦ୍ୟମ ଜାରି ରଖିଛି ଉମରକୋଟ ପୋଲିସ । ଧରା ପଡ଼ିଥିବା ଚୋର ହେଲା ଛତିଶଗଡ଼ ରାଜ୍ୟ ରାୟପୁର, ନର୍ମଦାପାରା଼ ଅଂଚଳର ସଞ୍ଜୟ ବିଶ୍ୱାସ । ସନ୍ଧ୍ୟା ସମୟରେ ଚୋରି ହେଇ ଥିବାରୁ ସମଗ୍ର ଉମରକୋଟ ସହରରେ ଏହି ଘଟଣା ଏକ ଆଲୋଚ୍ୟ ବିଷୟ ପାଲଟିଛି।
