ଆଜିର ଖବର..
୧-ଓଡ଼ିଶାରେ ୨,୭୮୦ କୋଟି ଟଙ୍କାର ଶିଳ୍ପ ନିବେଶ: ଖୋଲିବ ୧୪ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ, ମଞ୍ଜୁର ହେଲା ୧୪ଟି ପ୍ରକଳ୍ପ।
୨-ଭୁବନେଶ୍ୱର:୭ ଜିଲ୍ଲାରେ ବନ୍ୟା ବିପତ୍ତି: ୧୩ ଲକ୍ଷରୁ ଅଧିକ ପ୍ରଭାବିତ, ଜୋରଦାର ହେଲା ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ।
୩-ବନ୍ୟାର ମାଡ଼ ଏବେ ରୋଷେଇ ଘରେ; ପରିବା ଦର ଦେଖି ଚିନ୍ତାରେ ଖାଉଟି, ବିନ୍ସ ସବୁ ଠାରୁ ମହଙ୍ଗା,୧୬୦ରେ ହେଉଛି ବିକ୍ରି।
୪-ଇଓଡବ୍ଲୁ ଓ ଏସଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ, ସତ୍ୟବ୍ରତ ଭୋଇ ଗୁଇନ୍ଦା ଆଇଜି।
୫-ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା। ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
୬-ଭୁବନେଶ୍ୱର : ସପ୍ତାହେ ପ୍ରବଳ ବର୍ଷିବ । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ।
୭-ଭୁବନେଶ୍ୱର:ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ ଘଟଣା, କ୍ଷମା ମାଗିଲା ସଂଘ।
୮-ରାଜଧାନୀରେ ହିଂସାତ୍ମକ ଆନ୍ଦୋଳନ: ଅଟୋ-ଟ୍ୟାକ୍ସି ଡ୍ରାଇଭର ସଂଘ ସଭାପତି ଦୀନବନ୍ଧୁ ନାୟକ ଗିରଫ।
୯-ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି: ଆଉ ନାହାନ୍ତି କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ; ୮୮ ବର୍ଷରେ ପରଲୋକ।
୧୦-୨୦୨୬-୨୭ ଶିକ୍ଷାବର୍ଷ ପାଇଁ BAMS,PG ନାମ ଲେଖା: ପୁରୀ, ଗଞ୍ଜାମ ଓ ବଲାଙ୍ଗୀରରେ ଥିବା ଆୟୁର୍ବେଦ କଲେଜକୁ ମିଳିଲା ଅନୁମତି।
୧୧-ହୀରାକୁଦରେ କମୁଛି ଜଳସ୍ତର; ଆଉ ୪ ଗେଟ୍ ବନ୍ଦ, ୧୧ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ।
୧୨-ମହାନଦୀ ଜଳ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି,ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ।
୧୩-ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ,ଆଜି ଭଦ୍ରକ ଜିଲ୍ଲାର ୧୩୯ଟି ସ୍କୁଲ ଛୁଟି।
୧୪-ନୂଆପଡା,ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ।
୧୫-କଟକ,ଜଗତପୁରରେ ୧୨୭ ଗ୍ରାମ ହେରୋଇନ ଜବତ, ଟିଣପିଟା ସାହିର ଏସ୍.କେ. ଇସ୍ମାଇଲ (୨୮) ଗିରଫ।
୧୬-ହାଇଦ୍ରାବାଦ ହିଟ୍ ଆଣ୍ଡ ରନ୍: ଧନୀ ସାଂସଦଙ୍କ ପୁଅର ଦାମୀ କାର ଧକ୍କାରେ ଚାଲିଗଲା ଗରିବ ଓଡ଼ିଆ ଝିଅଙ୍କ ଜୀବନ।
୧୭-ଅନୁଗୋଳ:ଜନବସତି ମୁହାଁ ହାତୀପଲ, ଆତଙ୍କରେ ସରଧାପୁରବାସୀ।
୧୮-ଷ୍ଟାର୍ ଏୟାରର ଫ୍ଲାଇଟ୍ ବନ୍ଦ ନିଷ୍ପତ୍ତିରେ ପରିବର୍ତ୍ତନ, ପୁଣି ଯୋଡ଼ିହେବ ଭୁବନେଶ୍ୱର-ହାଇଦ୍ରାବାଦ ରୁଟ୍।
୧୯-ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ଅଗଷ୍ଟ ୨୪ରୁ ହେବ କଡ଼ାକଡ଼ି ଯାଞ୍ଚ।
୨୦-ସଂରକ୍ଷଣ ବିରୋଧରେ ଜନ୍ତର ମନ୍ତରରେ ଆନ୍ଦୋଳନ, ପ୍ରଦର୍ଶନକାରୀଙ୍କୁ ଉଠାଇ ନେଲା ପୋଲିସ।
୨୧-ବିଚାରପତି ପାଇଁ ୩ ନୁହେଁ ୧ ବର୍ଷର ଓକିଲାତି ଅଭ୍ୟାସ ଆବଶ୍ୟକ: ରାୟ ବଦଳାଇଲେ ସୁପ୍ରିମକୋର୍ଟ।
୨୨-ଦ୍ୱିତୀୟ ବିବାହ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ: ଗାବ୍ରିଏଲାଙ୍କ ପ୍ରେମରେ ଦିୱାନା ହୋଇଯାଇଥିଲେ ଡ୍ୟାସିଂ ଷ୍ଟାର୍।
୨୩-୧୬ କୋଟିରେ ବିକ୍ରି ହେଲା ଗାନ୍ଧିଜୀଙ୍କ ଚିଠି।ଅକ୍ସନ ହାଉସ୍ ସାଫ୍ରୋନାର୍ଟ ପକ୍ଷରୁ ଏହି ନିଲାମ କରାଯାଇଥିଲା।
