August 22, 2026

୮୬ କେଜି ଗଞ୍ଜେଇ ଜବତ, ବୋଲେରୋ ସହ ଜଣେ ଗିରଫ

IMG-20260822-WA0010
Share

 

ସେମିଳିଗୁଡା, କୋରାପୁଟ: କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୋଲିସର ଅଭିଯାନକୁ ମିଳିଛି ବଡ଼ ସଫଳତା। ସେମିଳିଗୁଡା ଥାନା ପୋଲିସ ଏକ ଏନ୍‌ଡିପିଏସ୍‌ ମାମଲାର ସଫଳ ତଦନ୍ତ ଓ ଚିହ୍ନଟ କରି ୮୬ କେଜି ଅବୈଧ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ବୋଲେରୋ ଗାଡ଼ି ମଧ୍ୟ ପୋଲିସ ଜବତ କରିଛି।

 

ପୋଲିସ ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇ ସେମିଳିଗୁଡା ଥାନା ପୋଲିସ ତତ୍ପରତାର ସହ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଠାବ ହୋଇଥିଲା। ଗଞ୍ଜେଇକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

 

ଜବତ ଗଞ୍ଜେଇର ଓଜନ ପ୍ରାୟ ୮୬ କିଲୋଗ୍ରାମ ବୋଲି ଜଣାପଡ଼ିଛି। ଏହା ସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 

ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହି ଚୋରାଚାଲାଣ ରାକେଟ୍‌ରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।(ଗୁପ୍ତେଶ୍ୱର ରଥ କୋରାପୁଟ)