August 22, 2026

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଧ୍ରୁବ ଚରଣ ସାହୁ ଙ୍କ ସହ ବଳଦିଆଡ଼ିହ ଗ୍ରାମବାସୀ

IMG-20260822-WA0000
Share

 

 

ଗଞାମ =ପ୍ରଦୀପ କୁମାର ପଣ୍ଡା

 

ଗଞ୍ଚାମ ତହସିଲ ଅନ୍ତର୍ଗତ ହୁମା ପଞ୍ଚାୟତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀ ମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଭେଟି ଘରପଟ୍ଟା ପାଇଁ ନିବେଦନ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତରେ ତହସିଲଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ହୁମା ପଞ୍ଚାୟତ ବୋରିଗାଁ ସ୍ଥିତ ରୋଡ଼ ପାର୍ଶ୍ୱରେ ବଳଦିଆଡ଼ିହ ଗ୍ରାମ ଅବସ୍ଥିତ। ଦୀର୍ଘ ବର୍ଷ ଧରି ଲୋକମାନେ ସେଠାରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଘର ପଟ୍ଟା ନାହିଁ। ଫଳରେ ପିଲାମାନେ ଉଚ୍ଚ ଶିକ୍ଷା ଲାଗି ପ୍ରମାଣ ପତ୍ର ପାଇ ପାରୁନାହାନ୍ତି , ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଛତ୍ରପୁର ବିଧାୟକ ଏବଂ ହୁମା ସମିତି ସଭ୍ୟଙ୍କୁ ଗ୍ରାମବାସୀ ଆଭାର ଵ୍ୟକ୍ତ କରିଛନ୍ତି।