August 23, 2026

ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି, ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ..

IMG-20260821-WA0046
Share

 

ମୋହନା(ଗଣେଶ ଚନ୍ଦ୍ର ବିଷୋୟୀ)ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ବିଧାନସଭା ଗୃହ କମିଟି। ଗତ ତିନି ଦିନ ଧରି ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ଗସ୍ତ ସାରି ଆଜି ଗଜପତି ଜିଲ୍ଲାର ମୋହନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଗୃହ କମିଟି ର ଅଧ୍ୟକ୍ଷ ଲଷ୍ମଣ ବାଗ ଙ୍କ ନେତୃତ୍ୱ ରେ ଆସିଥିବା ସଭ୍ୟ ମାନେ ହେଲେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ଦୁର୍ଗା ଚରଣ ତନ୍ତୀ, ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ଗସ୍ତ କରି ମୋହନା ଅଞ୍ଚଳରେ ଥିବା ଅନେକ ମନ୍ଦିର ସହ ଜିରାଙ୍ଗ ବୁଦ୍ଧ ମନ୍ଦିର, ଖସଡ଼ା ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପରିଦର୍ଶନ କରିବା ସଙ୍ଗେ ସ୍ଥାନୀୟ ଲୋକଙ୍କ ସହିତ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କ ରେ ପଚାରି ବୁଝିଥିଲେ।ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ କମିଟି ର ଅଧ୍ୟକ୍ଷ ଏବଂ କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ଅଞ୍ଚଳ ରେ ହେଉଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ସମ୍ପର୍କ ରେ ବୁଝାଇଥିଲେ। ଗୃହ କମିଟି ର ଅଧ୍ୟକ୍ଷ ଶ୍ରୀ ବାଗ ଓଡିଶା ସରକାର ଙ୍କ ଉନ୍ନୟନ ମୂଳକ ଯୋଜନା ଗୁଡିକ ଲୋକଙ୍କ ନିକଟରେ ଠିକ ପହଞ୍ଚି ଥିବାରୁ ବିଧାୟକ ଏବଂ ବ୍ଲକ ପ୍ରଶାସନ ଙ୍କୁ ଧନ୍ୟବାଦ ଦେଇଥିଲେ। ଗୃହ କମିଟି ଗସ୍ତ ସମୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ଅତିରିକ୍ତ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ପୃଥିବୀ ରାଜ ମଣ୍ଡଳ, ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ବିଡ଼ିଓ ରାଜୀବ ଦାସ, ତହସିଲଦାର ମୋହନା, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ଇଂ. ନାରାୟଣ ପାଢ଼ୀ, ଇଂ. ଶତପଥୀ,ଜିଲ୍ଲା ବିଜେପି ସଭାପତି ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଗୃହ କମିଟି ର ସଦସ୍ୟ ମାନଙ୍କୁ ମହିଳା ସଂଘ ର ସଦସ୍ୟ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।