August 23, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ବାଇକ୍‌କୁ ପିଟିଲା କୋଇଲା ବୋଝେଇ ଟ୍ରକ୍, ୨ ଗୁରୁତର

IMG-20260821-WA0012
Share

 

କୋରାପୁଟ, ଗୁପ୍ତେଶ୍ୱର ରଥ: କୋରାପୁଟ–ବୋରିଗୁମା ରାଜ୍ୟ ରାଜପଥର ଘୋଡ଼ାଦରା ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ବାଇକ୍‌ରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

 

ଦୁର୍ଘଟଣା ପରେ ତିନି ଜଣଙ୍କୁ ତୁରନ୍ତ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

 

ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ, ବାଇକ୍‌ଟି ଟ୍ରକ୍‌ର ଆଗ ଚକ ନିକଟରେ ପଡ଼ିଯାଇଥିଲା। ସୂଚନା ଅନୁସାରେ, ବାଇକ୍‌ ଆରୋହୀମାନେ ଡାକରା ଅଞ୍ଚଳର ବାସିନ୍ଦା ଏବଂ ଦିନମଜୁରିଆ କାମ ପାଇଁ କୋରାପୁଟ ଆସୁଥିଲେ।

 

ଅନ୍ୟପଟେ, କୋଇଲା ବୋଝେଇ ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ରାୟପୁର ଅଭିମୁଖେ ଯାଉଥିଲା। ଦୁର୍ଘଟଣା ଖବର ପାଇ କୋରାପୁଟ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ଜବତ କରିଛି। ଘଟଣାର କାରଣ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।