August 23, 2026
ajiro khabar
Share

 

 

୧-ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ଆବେଦନ ଅଗଷ୍ଟ ୩୧ ଯାଏଁ ବଢ଼ିଲା, ୫ ଏକର ପର୍ଯ୍ୟନ୍ତ ମାଗଣା ବୀମା।

 

୨-ଭୁବନେଶ୍ୱର:ବିଏଡ୍,ଏମଏଡ୍ ବିଏଚଏଡ୍ ନାମଲେଖା ପାଇଁ ୮୨୮ ଜଣ ମନୋନୀତ।

 

୩-ଭୁବନେଶ୍ୱର:ଇଭି ଓ ଇଥାନଲ୍ ଚାଳିତ ଗାଡ଼ିର ପରମିଟ୍ ଫି ଛାଡ଼ ହେଲା।

 

୪-ଭୁବନେଶ୍ୱର:ପଞ୍ଚମ ଦିନରେ ଅହୋରାତ୍ର ଧାରଣା,ରାଜ ରାସ୍ତାରେ ଶିକ୍ଷକ ଓ କର୍ମଚାରୀ।

 

୫-ଭୁବନେଶ୍ୱର:ବନ୍ୟା ପ୍ରଭାବିତ ୪ ଜିଲ୍ଲାକୁ ମିଳିବ ଅତିରିକ୍ତ ଚାଉଳ।

 

୬-ସୁନ୍ଦରଗଡ଼:ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍‌।

 

୭-ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ପୁରୀ ସହରବାସୀଙ୍କ ଧାରଣା, ଏକ ସ୍ଥାୟୀ ଓ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ଦାବି।

 

୮-ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୪୦୦ ଗାଡ଼ିର ପରମିଟ୍ ହେବ ବାତିଲ।

 

୯-ଗାଁରେ ମିଳିବ ସହରୀ ସୁବିଧା,ପ୍ରତି ପଞ୍ଚାୟତକୁ ସରକାରଙ୍କ ୩ କୋଟି ପ୍ଲାନ୍।

 

୧୦-ମାଷ୍ଟରକ୍ୟାଣ୍ଟିନରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଅଟୋ ଷ୍ଟାଣ୍ଡ।

 

୧୧-ଚିନି ଦରରେ ଲାଗିଲା ନିଆଁ, ମାସକରେ ଚିନି ଦର ବଢି ୨୦ ଟଙ୍କା ମହଙ୍ଗା।

 

୧୨-କଟକ: ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ଟି୨୦ ଲିଗ୍।

 

୧୩-ଭଦ୍ରକ: ବନ୍ୟା ପାଇଁ ଆଜି ବନ୍ଦ ରହିବ ୨୦୫ ବିଦ୍ୟାଳୟ ଓ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ର।

 

୧୪-ଭୁବନେଶ୍ୱର:ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ।

 

୧୫-ହୀରାକୁଦରେ ବଢ଼ିଲା ବନ୍ୟାଜଳ,ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ବନ୍ୟାଜଳ ହେଉଛି ନିଷ୍କାସନ ।

 

୧୬-କ୍ରିପ୍ଟୋ ନିବେଶ ନାଁରେ ୨୦୦ କୋଟିର ମହାଠକେଇ; ଜଗତସିଂହପୁରରୁ ‘Yes World’ର ମାଷ୍ଟରମାଇଣ୍ଡ ଚିତ୍ତ ରଞ୍ଜନ ମହାନ୍ତି ଗିରଫ।

 

୧୭-ମୋଦୀଜୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫,୦୦୦ କୋଟିରୁ ବୃଦ୍ଧି ପାଇ ୫୦,୦୦୦ କୋଟିରେ ପହଞ୍ଚିଛି: ଧର୍ମେନ୍ଦ୍ର ପ୍ରଧାନ।

 

୧୮-ମହିଳା ହକି ବିଶ୍ଵ କପ୍: ଦ୍ବିତୀୟ ରାଉଣ୍ଡରେ ଭାରତ,ଆଜି ନେଦରଲାଣ୍ଡ ସହ ହେବ ମୁକାବିଲା।

 

୧୯-ଭାରତ-ଜାପାନ ପ୍ରତିରକ୍ଷା ସହଯୋଗକୁ ନୂଆ ରଫ୍ତାର, ସାମୁଦ୍ରିକ ସୁରକ୍ଷାରୁ ନେଇ ଡିଫେନ୍ସ ଟେକ୍ନୋଲୋଜି ପର୍ଯ୍ୟନ୍ତ ସହମତି ମିଳିଛି।

 

୨୦-ଲିଭ୍-ଇନ୍ ସମ୍ପର୍କ ବିବାହ ସହିତ ସମାନ, ହସ୍ତକ୍ଷେପ କରିପାରିବ ନାହିଁ ପରିବାର:ଦିଲ୍ଲୀ ହାଇକୋର୍ଟ।

 

୨୧-ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ମାମଲା: ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ।

 

୨୨-ହେମନ୍ତ ସୋରେନ୍‌ ସରକାରଙ୍କୁ ଶକ୍ତ ଝଟକା, JPSC ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ।

 

୨୩-ମୁମ୍ବାଇ:ଖୋଲାରେ ବିକ୍ରି ହେବନି ଖାଇବା ତେଲ, FDA ଲଗାଇଲା ବ୍ୟାନ୍।

 

୨୪-ହର୍ମୁଜରେ ଆମେରିକାର ଗୁପ୍ତ କରିଡର: ଦୈନିକ ଅତିକ୍ରମ କରୁଛି ୨୦ ତୈଳ ଟ୍ୟାଙ୍କର।