August 23, 2026

ଅରାହାଟରେ ପ୍ରସିଦ୍ଧି ଲାଭ କରିଛି କୁଣ୍ଡ ପଥର

IMG-20260821-WA0009
Share

ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତ ଅରାହାଟ ଗ୍ରାମରେ ପ୍ରସିଦ୍ଧି ଲାଭ କରିଛି କୁଣ୍ଡ ପଥର। ଏହି ଦର୍ଶନୀୟ ସ୍ଥାନ ଟି ଅରାହାଟ ଗ୍ରାମ୍ୟ କମିଟି ଦ୍ୱାରା ପରିଚାଳିତ ହେଉଅଛି। ଲୋକ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି କି କୁଣ୍ଡ ପଥର ରେ ଥିବା ପାଣିରେ ଶିଶୁ ମାନେ ସ୍ନାନ କଲେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ପରିଲକ୍ଷିତ ହୁଏ। ଫଳରେ ଦୂର ଦୁରାନ୍ତ ରୁ ଅନେକ ଲୋକ ଏଠାକୁ ଆସିଥାନ୍ତି। ଏହି ଦର୍ଶନୀୟ ସ୍ଥାନ ର ଅନେକ ମହିମା ରହିଛି। କାହିଁ କେତେ କାଳରୁ ଏହି ବିଶ୍ଵାସ ଲୋକଙ୍କ ପାଖରେ ଜନ୍ମ ନେଇ ସାରିଛି। ଦିନ କୁ ଦିନ ଏହି ସ୍ଥାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହି ଦର୍ଶନୀୟ ସ୍ଥାନକୁ ଅନେକ ଲୋକଙ୍କ ସୁଅ ଛୁଟୁଛି।