August 23, 2026

ଭିଜିଲାନ୍ସ ଜାଲରେ କୁଜଙ୍ଗ ବିପିଏମ୍

IMG-20260821-WA0001
Share

1- ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲ ର ବିପିଏମ୍ ମନୋଜ ନାୟକ। 2- ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। 3- ଜଣେ ଆଶା ଦିଦି ଙ୍କ ଆଧାର ଅନୁଯାୟୀ ଅବସର ସମୟ ହୋଇଥିଲା ବେଳେ ସ୍କୁଲ ସାର୍ଟଫିକେଟ ଅନୁଯାୟୀ ତାଙ୍କର ଆଉ ଦୁଇ ବର୍ଷ ଚାକିରି କାର୍ଯ୍ୟକାଳ ଅଛି , 4- 20 ହଜାର ଟଙ୍କା ଦେଲେ ସ୍କୁଲ ସାର୍ଟିପିକେଟ ଅନୁଯାୟୀ ଆଉ ଦୁଇ ବର୍ଷ ଚାକିରି କରାଇଦେବି ବୋଲି କହିଥିଲେ କୁଜଙ୍ଗ ବିପିଏମ ମନୋଜ ନାୟକ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ। ଜଣେ ଆଶା ଦିଦି ଙ୍କ ଆଧାର ଓ ସାର୍ଟିଫିକେଟ ରେ ମେଳ ଖାଉ ନଥିଲା ଜନ୍ମ ତାରିଖ। ଆଧାର କାର୍ଡ ଅନୁଯାୟୀ ଦୁଇବର୍ଷ କମ୍ ଥିଲା ସାର୍ଟିଫିକେଟ ର ଜନ୍ମ ତାରିଖ ‌ । ନିୟମ ଅନୁଯାୟୀ ସାର୍ଟିଫିକେଟ ରେ ଥିବା ଜନ୍ମ ତାରିଖ କୁ ଚାକିରି ରେ ଅବସର ନେବା କଥା ଏବଂ ଆଧାର ରେ ଜନ୍ମ ତାରିଖ ବଦଳାଇବା କଥା। ମାତ୍ର କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ବିପିଏମ ୨୦ ହଜାର ନ ଦେଲେ ଆଧାର କାର୍ଡ ଅନୁଯାୟୀ ଅବସର ର କାଗଜ ପଠାଇ ଦେବେ ବୋଲି ଧମକ ଦେଉଥିଲେ। ଘଟଣାକୁ ନେଇ ଫତେପୁର ର ଆଶା ଦିଦି ରିନା ଲେଙ୍କା ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ସହାୟତା କେମିକାଲ ବୋଳା ୨୦ ହଜାର ଟଙ୍କାର ନୋଟ୍ ନେଇ ଆଜି ବିପିଏମ ମନୋଜ ନାୟକ ଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ର ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି। ଏଠି ପ୍ରଶ୍ନ ଉଠେ ଏହି ଘଟଣାରେ କୁଜଙ୍ଗ ମେଡିକାଲ୍ର ର ଆଉ କେହି ସାମିଲ୍ ଅଛନ୍ତି କି ନାହି ତାହା ସ୍ପଷ୍ଟ ହୋଇନାହିଁ। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )