August 21, 2026

ଭୋଗରାଇ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।*

IMG-20260820-WA0104
Share

 

 

ବାଲେଶ୍ବର ( )

 

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ର ଗବଗାଁ ଓ କୁସୁଡା ପଞ୍ଚାୟତ ରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ବନ୍ୟା ଯୋଗୁଁ ପାଣି ଘେର ଭିତରେ ଦୁର୍ଦ୍ଦିନରେ ଥିବା ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ।

ପ୍ରତ୍ୟେକ ବନ୍ୟା ପ୍ରଭାବିତ ପରିବାର ନିକଟରେ ସମସ୍ତ ପ୍ରକାର ସରକାରୀ ସହାୟତା ଓ ରିଲିଫ୍ ସାମଗ୍ରୀ ସଠିକ୍ ଭାବେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବାସହ ସାଥିରେ ତହସିଲଦାର, ଅନ୍ୟ ସ୍ଥାନୀୟ ଅଧିକାରୀ, ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ର ସ୍ଥାନୀୟ ନେତା ଆଶିଷ ପତ୍ର, ଅଂଶୁମାନ ମହାନ୍ତିଙ୍କ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁରକ୍ଷା, ରିଲିଫ୍, ଉଦ୍ଧାର ଓ ଆବଶ୍ୟକ ସହାୟତାକୁ ପ୍ରାଥମିକତା ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇ ଥିଲେ ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀ ।

You may have missed