ଉମରକୋଟ ପୋଲିସ ର ବଡ଼ ସଫଳତା ବ୍ରାଉନ ସୁଗାର ମାମଲାରେ ଜଣଙ୍କୁ ବାନ୍ଧିଲା ……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଆଜି ବ୍ରାଉନ ସୁଗାର ଚାଲାଣ ମାମଲାରେ ଜଣକୁ ଗିରଫ କରି ଜେଲ ପଠାଇଛି । ଗିରଫ ଯୁବକର ଘର ଉମରକୋଟ ସହର ଶିବାଜୀ ନଗର। ଉଲେଖଯୋଗ୍ୟ ଏହିକି ଯେ ଅଗଷ୍ଟ ୬ ତାରିଖ ଦିନ ଉମରକୋଟ ସହର ଗାନ୍ଧୀ ଛକ ମେଡ଼ିକାଲ ନିକଟରେ ଜଣେ ଯୁବକ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଅନ୍ୟ କୌଣସି ଅଞ୍ଚଳକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇଁ ସେଠାରେ ପହଞ୍ଚି ଥିଲା। ଅନ୍ଧାରର ସୁଯୋଗ ନେଇ ମୁଖ୍ୟ ଆସାମୀ ଫେରାର ହେଇ ଯିବାରେ ସକ୍ଷମ ହେଇଥିବା ବେଳେ ପୋଲିସ ଗୋଟିଏ ଡବା କୁ ଉଦ୍ଧାର କରିଥିଲା ଯେଉଁଥିରେ କି ୪୬ ଟି ବ୍ରାଉନ ସୁଗାର ପୁଡିଆ ଥିଲା ଯାହାର ଓଜନ ପ୍ରାୟ ୪ ଗ୍ରାମ ଥିଲା ଯାହାର ବଜାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ପ୍ରଦାନ କରିଥିଲା। ତେବେ ସେହି ଦିନଠାରୁ ପୋଲିସ ଆସାମୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା ଓ ଆଜି ବଡ ସଫଳତା ମିଳିଛି। ଉମରକୋଟ ଶିବାଜୀ ନଗରର ଜଣେ ଯୁବକଙ୍କୁ ଏହି ଘଟଣାରେ ଗିରଫ କରି ଜେଲ ପଠାଯାଇଛି ବୋଲି ଉମରକୋଟ ପୋଲିସ ଉପ ଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଆଜି ଉମରକୋଟ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ତଦନ୍ତ ଚାଲିଛି,ଏହି ଘଟଣାରେ ଯେଉଁ ମାନଙ୍କ ସମ୍ପୃକ୍ତି ଆସିବ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଉପଖଣ୍ଡ ଅଧିକାରୀ। ଏହି ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ଥାନ। ଆଇଆଇସି ଯୁଗଳ ଶବର ଓ ରାଇଘର ଥାନା ଆଇଆଇସି ଟିକଚନ୍ଦ ବାହୁବଳ କଟୁଆ ପ୍ରମୁଖ ଉପସ୍ଥିତ ଥିଲେ।
