August 22, 2026

ଉମରକୋଟ ସ।ଙ୍ଗର ମୃତ୍ୟୁ ପରେ ଆର୍ଥିକ ସହାୟତା ପ୍ରଦାନ କଲେ ସହପାଠୀ….

IMG-20260819-WA0022
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ୧୯୮୬ ମସିହା ମାଟ୍ରିକ ବ୍ୟ।ଚର ସହପାଠୀ ମାନେ ଏପରି ଏକ ମହତ୍ କାର୍ଯ୍ୟ କରି ଆଜି ଚର୍ଚ୍ଚାରେ ରହିଛନ୍ତି। ଜଣେ ସହପାଠୀର ମୃତ୍ୟୁ ପରେ ଆର୍ଥିକ ସହାୟତା ପ୍ରଦାନ କରି ଅନ୍ୟ ମାନ ଙ୍କୁ ଏପରି କରିବା ପାଇଁ ପ୍ରେରଣା ଯୋଗାଇଛନ୍ତି। ମିଳିଥିବା ଅନୁସାରେ ଉମରକୋଟ ରେ ୧୯୮୬ ମସିହାରେ ମାଟ୍ରିକ ପଡୁଥିବା ୧୦୩ ଜଣ ସାଙ୍ଗ ମାନେ ପ୍ରତିବର୍ଷ ଗୋଟିଏ ଦିନରେ ଏକତ୍ର ହେଇ ଭୋଜି ଭାତ କରି ଅତୀତର ସମସ୍ତ ଘଟଣାକୁ ପରସ୍ପର ମଧ୍ୟରେ ବଖ।ଣିବ। ସହ କୌଣସି ବନ୍ଧୁ ର ଅକାଳ ବିୟୋଗ ଘଟିଲେ ସେମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହି କ୍ରମରେ ଏହି ୧୯୮୬ ମେଟ୍ରିକ୍ ବ୍ୟଚ ରେ ପଡୁଥିବା ଉମରକୋଟ ବ୍ଲକ ଅନ୍ତର୍ଗତ ଅଞ୍ଚଳ। ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଲାଣବେଡ଼। ଗ୍ରାମର ଜଳନ୍ଧର ମାଝୀ ଙ୍କ ଅଗଷ୍ଟ ୭ ତାରିଖ ଦିନ ଅକାଳ ବିୟୋଗ ଘଟିଥିଲା। ତାଙ୍କର ଶୁଦ୍ଧି କାର୍ଯ୍ୟ ପାଇଁ ୧୯୮୬ ମାଟ୍ରିକ ବ୍ୟାଚ ର ବାବୁଲା ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ବାବୁଲ। ମୁଦୁଲି ଓ ଶ୍ରୀନିବାସ ପାଢ଼ୀ ଶୋକ ସନ୍ତପ୍ତ ପରିବାର ଙ୍କ ଘର କୁ ଯାଇ ୩୪ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଅନ୍ୟ ଜଣେ ସହପାଠୀ ବୁଚନ ଅଗ୍ରୱାଲ କ୍ଵିଣ୍ଟାଲ ଚାଉଳ ଓ ୨୫ କିଲୋ ଡାଲି ପ୍ରଦାନ କରିଛନ୍ତି। ଉମରକୋଟ ର ଏହି ୧୯୮୬ ମେଟ୍ରିକ୍ ବ୍ୟ।ଚ ସହପାଠୀ ମାନେ ଆଜି ଯେଉଁ ମହତ୍ କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟ ବ୍ୟ।ଚ ର ସହପାଠୀ ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ଏଥିରେ ତିଳେ ହେଲେ ସନ୍ଧେହ ନାହିଁ।