August 12, 2026

ଝଙ୍କଡ଼ ସାରଳା ପୀଠ ରେ, ଶ୍ରୀମଦ ଭାଗବତ ମହୋତ୍ସବ ର ଷଷ୍ଠସନ୍ଧ୍ୟା ..

IMG-20260811-WA0064
Share

ତିର୍ତ୍ତୋଲ ତା 11/8/2026 ଗତ ଛଅତାରିଖ ରେ ଶ୍ରୀ ଜଗନ୍ନାଥ ଚାରିଟେବ୍ଲୁଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ, ତ୍ରୟୋଦଶବାର୍ଷିକ ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ର ଷଷ୍ଠସନ୍ଧ୍ୟାରେ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ମାଆଙ୍କ ଆରତୀଦର୍ଶନ କରିବାପରେ, ସଂକୀର୍ତ୍ତନ ଶୋଭାଯାତ୍ରା ରେ ବେଢାପରିକ୍ରମା କରି ମଞ୍ଚରେ ପଦାର୍ପଣ କରିଥିଲେ l ତାଙ୍କ ସହିତ ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ରାହାମା, ନାମାଚାର୍ଯ୍ୟ ବାୟାବାବା ଭାଗବତ ପ୍ରଚାର ପ୍ରସାର ସମିତି ର ମୁଖ୍ୟସଂଯୋଜକ ଡଃ ସୁନାକର ବେହେରା, ବିନାୟକ ପଟ୍ଟନାୟକ, ଆଇନୀଜୀବି ଅମରଜ୍ୟୋତି ସାହୁ, ସୁରେଶଚନ୍ଦ୍ର ଗୋଛାୟତ, ବଳରାମ ମହାପାତ୍ର, ଅନଙ୍ଗଦାସ, ଅନୁଷ୍ଠାନ ର ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧକ୍ଷ ବିଶ୍ୱରଂଜନ ରାଉଳ, ବିଳାସଚନ୍ଦ୍ର ବେହେରା ଓ ଅନଙ୍ଗ ଦାସଜୀ ପ୍ରମୁଖ ପ୍ରଦୀପପ୍ରଜ୍ବଳନ ଓ ଶ୍ରୀଜୀଉ ମାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ଆଜିର ପ୍ରସଙ୍ଗ ବାଳଲୀଳା, ଲବଣିଚୋରି ଓ ଗୋପଲୀଳା ବିଷୟରେ ବାବାଜୀ ମହାରାଜ ଙ୍କର ଦିବ୍ୟବାଣୀ, ଉପସ୍ଥିତ ସଜ୍ଜନ ମାନଙ୍କ ପାଇଁ ଉପାଦେୟ ଓ ଉପଭୋଗ୍ୟ ହୋଇଥିଲା l ଏହି ସମସ୍ତକାର୍ଯ୍ୟକ୍ରମ କୁ ହରେକୃଷ୍ଣ ରାଉଳ, ତ୍ରିଲୋଚନ ରାଉଳ, ଦେବୀପ୍ରସାଦ ରାଉଳ, ପ୍ରୀତମ ମହାନ୍ତି, ରଞ୍ଜନ ରାଉଳ, ରାଜା କୁଅଁର ଙ୍କ ସମେତ ସମସ୍ତ ସେବାୟତ ଓ ଅଞ୍ଚଳବାସୀ ପରିଚାଳନା କରିଥିଲେ l ପ୍ରାରମ୍ଭରେ ମୁନିବାବା ଙ୍କ ସୁଲଳିତ ଭକ୍ତିସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର