August 12, 2026

ତିର୍ତ୍ତୋଲ ସମ୍ବାଦ ସାହିତ୍ୟଘର ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20260811-WA0065
Share

ତିର୍ତ୍ତୋଲ::-ତା ୧୧/୮/୨୬, ବିଶ୍ୱ ପରିବେଶ ର ସୁରକ୍ଷା ଓ ଏକ ସବୁଜ ବିଶ୍ୱ ର ପରିକଳ୍ପନା କୁ ସାକାର କରିବାପାଇଁ ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ତିର୍ତ୍ତୋଲ ର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେହେରୁପଡିଆ ସ୍ଥିତ ଇଉନୋପସ ଆଇ ଟି ଆଇ ପରିସରରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ତିର୍ତ୍ତୋଲ ସମ୍ବାଦ ପ୍ରତିନିଧି ଅମର ଜ୍ୟୋତି ସାହୁଙ୍କ ସଂଯୋଜନା ଓ ଝଙ୍କଡ଼ ସମ୍ବାଦ ପ୍ରତିନିଧି ରମାକାନ୍ତ ରାଉଳ ଙ୍କ ତତ୍ୱାବଧାନ ରେ ରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଇଉନୋପସ ଶିକ୍ଷାନୁଷ୍ଠାନ ର ସଭାପତି ଜୀବନ ବଲ୍ଲଭ ସାହୁ, ସମ୍ପାଦକ ସରୋଜକାନ୍ତ ମହାନ୍ତି,ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ସଭାପତି ଅକ୍ଷୟ କୁମାର ଦାସ, ଧର୍ମ ଜାଗରଣ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଲେଙ୍କା, ପରିବେଶବିତ୍ ପ୍ରଦ୍ୟୁମ୍ନ କୁମାର ରଥ, ତିର୍ତ୍ତୋଲ ସାମ୍ବାଦିକ ସଂଘ ସଭାପତି ପ୍ରଭାତ କୁମାର ପରିଡା, ସାମ୍ବାଦିକ ଗୋପାଳ କୃଷ୍ଣ ଦାସ, ଯୁବ ସମାଜସେବୀ ସୁବର୍ଣ୍ଣ କୁମାର ପଣ୍ଡା, ଜାଭିଅର ସ୍କୁଲ ଅଧକ୍ଷା ପ୍ରିୟଦର୍ଶିନୀ ମହାନ୍ତି, ଆଇ ଟି ଆଇ ଅଧକ୍ଷ୍ୟ ମୁସୋଲିନ ପୁର୍ନେନ୍ଦୁ ସାହୁ, ଉପସ୍ଥିତ ଥିଲେ.। ଅନ୍ୟମାନଙ୍କ ମଧ୍ୟରେ ମିନର୍ଭା ମହାନ୍ତି, ଲଷ୍ମୀପ୍ରୀୟା ପରିଡା, ନିରୁପମା ବେହେରା,ଅର୍ପିତା ଆଚାର୍ଯ୍ୟ, ମୃଣାଳିନୀ ଗିରି ପ୍ରମୁଖ ସହଯୋଗ କରିଥିଲେ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର