August 8, 2026

ପୁରୀ ସଦରବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

IMG-20260806-WA0074
Share

 

ଗତ ଅଗଷ୍ଟ ୪ତାରିଖରୁ ଅଗଷ୍ଟ ୨୦ତାରିଖ ପର୍ଯ୍ୟନ୍ତ ପୁରୀ ସଦର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପୁରୀ ଜିଲ୍ଲାସ୍କୁଲ ଖେଳପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଜି ଅଗଷ୍ଟ ୬ ତାରିଖରେ ରଗଵୀ, ହ୍ୟାଣ୍ଡବଲ ଏବଂ ବାଳକ ଏବଂ ବାଳିକା ହକି ଖେଳ ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ଉତ୍ସବକୁ ଜିଲ୍ଲାସ୍କୁଲ ର କ୍ରୀଡା ଶିକ୍ଷଜ ତଥା ଏହି କ୍ରୀଡା ଉତ୍ସବର ସଭାପତି ରଞ୍ଜନ କୁମାର ରେଡିଙ୍କ ସଭାପତିତ୍ୱ ରେ ଉପଦେଷ୍ଟା ଅଜୟ କୁମାର ମିଶ୍ର, କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନା, ମାନସୀ ଜେନା, କ୍ରୀଡା ଶିକ୍ଷଜ ସୁଧାସିନ୍ଧୁ ସାହୁ, ରାଜେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ବେହେରା, ବିଶ୍ୱନାଥ ପ୍ରଧାନ, ପ୍ରଦୀପ ଦଳାଇ ଏବଂ ଲଲାଟେନ୍ଦୁ ସ୍ୱାଇଁ ଙ୍କ ସହିତ ପୁରୀ ସଦର ବ୍ଲକ ର ସମସ୍ତ କ୍ରୀଡା ଶିକ୍ଷକ ଏବଂ ବିଦ୍ୟାଳୟ କର୍ମଚାରୀ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ପୁରୀ ସଦର ବ୍ଲକ ର ଅଭିଭାବକ ମାନେ ଉପସ୍ଥିତ ରହି ପ୍ରତ୍ୟକ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed