September 22, 2026

ମାନପୁର ଉଚ୍ଚ ବିଦ୍ୟାଳୟ ରେ ସେବା ସଂକଳ୍ପ ଅଭିଯାନ 

IMG-20260922-WA0088
Share

 

ବରଗଡ,

 

ଭେଡେନ ବ୍ଲକ ମାନପୁର ଉଚ୍ଚ ବିଦ୍ୟାଳୟ ଠାରେ ସେବା ସଙ୍କଳ୍ପ ଅଭିଯାନ – ୨୦୨୬ ପାଳିତ ହୋଇଯାଇଛି। ସଭାପତିତ୍ୱ କରିଥିଲେ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଲକ୍ଷ୍ମଣ କୁମାର ପାଣିଗ୍ରାହୀ ଏହି ଅବସରରେ ଅତିଥି ବିଜେପି ନେତ୍ରୀ ଆରତୀ ବାଗ ଓ ଅରୁଣ ଭୁଏ ଯୋଗଦାନ କରିଥିଲେ। ସ୍ବପ୍ନ ର ଭାରତ ବକୃତା ଓ ଚିତ୍ରାଙ୍କନ ପ୍ରତି ଯୋଗିତା ରେ ପ୍ରଥମ ଶ୍ରଦ୍ଧା ଭୁଜ , ଦ୍ବିତୀୟ ଆଦ୍ୟାସା ପୋଡ଼ , ତୃତୀୟ କରିସିମା ବିଶି ଓ ଚିତ୍ରାଙ୍କନ ରେ ପ୍ରଥମ ଅନୁଷ୍କା ଦଳେଇ, ଦ୍ବିତୀୟ ରୋଜି ତରିଆ, ତୃତୀୟ ନମନ ମହାକୁର କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ, ପଦ୍ମନାଭ ପୁରୋହିତ,ସାନନ୍ଦ କର୍ଣ୍ଣ,ଟିକିଲାଲ ସେଟ,ହେରେ କୃଷ୍ଣମେହେର ଓ ଶିକ୍ଷୟତ୍ରୀ,ସବିବା ପାଣିଗ୍ରାହୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ସମେତ ସମସ୍ତ ଛାତ୍ର ଛତ୍ରୀ ଓ ଅଭିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ଥିଲେ