August 5, 2026

ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଦିବସ ପାଳନ ସମାରୋହ  

IMG-20260805-WA0049
Share

 

ମିତ୍ରପୁର, ନୀଳଗିରି ( ଦେବାଶିଷ ଦାଶ )

 

ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ, ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣରେ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟର ୪୯ତମ ପ୍ରତିଷ୍ଠା ଦିବସ ପଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି‌ l ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାପାତ୍ରଙ୍କ ପୌରୋହିତ୍ୟରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟଅତିଥି, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ ଖଟୁଆଙ୍କ ଭାଷଣ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା ସଭାଗୃହରେ ଉପସ୍ଥିତ ଶ୍ରୋତାମାନଙ୍କୁ l ଶ୍ରୀଯୁକ୍ତ ଖଟୁଆ ମହାବିଦ୍ୟାଳୟର ପ୍ରତିଷ୍ଠାତାମାନଙ୍କ ଉଦ୍ଦେଶ୍ୟରେ ସାଧୁବାଦ ଜଣାଇ ମହାବିଦ୍ୟାଳୟକୁ ଭଲ ପାଇବାପାଇଁ ଛାତ୍ରୀଛାତ୍ରମାନଙ୍କୁ ଉପଦେଶ ଦେବା ସହିତ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ l ନିଜ ନିଜର ବିନମ୍ର ସ୍ଵଭାଵ ବୃଦ୍ଧି କରି କୃତଜ୍ଞତା ଜ୍ଞାପନ କରିବା ପାଇଁ ସମସ୍ତଙ୍କୁ ସଭାଗୃହରେ ଆହ୍ୱାନ

ଦେଇଥିଲେ l ଏହି ଅବସରରେ ମାନ୍ୟବର ବିଧାୟକ ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଇଂ ଦାମୋଦର ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ପ୍ରଦାନ କରିଥିଲେ l ଅଧ୍ୟାପକ ଗଣେଶ୍ୱର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ l ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପିକା ଶ୍ରୀମତୀ ବାଁଶୋରୀ ଦାସ ଧନ୍ୟବାଦ ଦେଇଥିଲେ l ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ଦୟାନିଧି ଦାଶ ଉପସ୍ଥିତ ରହି ମହାବିଦ୍ୟାଳୟର ଐତିହ୍ୟ ଗାଥା ବାଢିଥିଲେ l ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ବହୁଳ ସଂଖ୍ୟାରେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବାପାଇଁ ଏନ୍. ସି. ସି କ୍ୟାଡେଟସ୍ ମୁଖ୍ୟଭୂମିକା ଗ୍ରହଣ କରିଥିଲେ l ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସଭାକାର୍ଯ୍ୟକୁ ସଫଳ କରିଥିଲେ l