ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା ର ଫଳ ପ୍ରକାଶ

ହାଟଡିହି ତା ୦୫/୨୬(ମନମୋହନ ନାୟକ) : ୪ ରିଖ ଦିନ ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା ର ଫଳ ପ୍ରକାଶ ପାଇଛି । ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଙ୍ଗାଳି ବିହାର,ମତାବାଜର ଶ୍ରୀମାନ୍ ପ୍ରିତିଶ କୁମାର ନନ୍ଦ ହାଟଡିହି ବ୍ଲକରେ ୯୨.୨୫ ନମ୍ବର ରଖି ପ୍ରଥମ ସ୍ଥାନ ଓ ଶ୍ରୀମାନ୍ ଗୌରବ ନନ୍ଦ ୭୪.୨୫ ନମ୍ବର ରଖି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ଦୃଢ଼ ଅଧ୍ୟବସାୟ, ଅଭିଭାବକଙ୍କ ଆଶୀର୍ବାଦ ଏବଂ ଶିକ୍ଷକମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ ର ଉଜ୍ଜ୍ୱଳ ପ୍ରତିଫଳନ। ଏହି ଦୁଇ ଛାତ୍ର ଙ୍କ ଅସାଧାରଣ ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅଶେଷ ଶୁଭେଚ୍ଛା ଓ ଶୁଭ କାମନା। ସେମାନେ ଆଗାମୀ ଦିନରେ ଆହୁରି ସଫଳତାର ନୂତନ ଇତିହାସ ସୃଷ୍ଟି କରନ୍ତୁ – ଏହା ହିଁ ଆମର କାମନା । ତେଣୁ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ସେହି ଦୁଇ ଛାତ୍ର ଓ ସେମାନଙ୍କ ପିତା ମାତା ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସେନାପତି, ପରିଚାଳନା କମିଟିର ସଭ୍ୟ ଶ୍ରୀଯୁକ୍ତ ହରେକୃଷ୍ଣ ସ୍ୱାଇଁ ତା’ ସହ ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟା ଜ୍ୟୋତିର୍ମୟୀ ବେହେରା,ଆଚାର୍ଯ୍ୟ ପ୍ରମୁଖ ପ୍ରସନ୍ନ ଶଙ୍ଖୁଆ,ମଦନ ମୋହନ ସାହୁ,ଭାରତୀ କର,ପ୍ରତିମା ରାଉତ,ସସ୍ମିତା ପଣ୍ଡା,ସୁବାଶ କୁମାର ଦଳେଇ,ବନିତା ସାହୁ,କୁମୁଦିନୀ ପାଢୀ,ଜୟନ୍ତୀ ପ୍ରଧାନ,କାଞ୍ଚନ ବେହେରା,ଶୁଭସ୍ମିତା ଦାସ,ପଙ୍କଜିନୀ ସେଠୀ ଓ ଗୁରୁମା ପୂର୍ଣ୍ଣ ସହଯୋଗ କରିବା ସହ ଆଶୀର୍ବାଦ କାମନା କରିଥିଲେ । ସର୍ବଶେଷରେ ପ୍ରଧାନ ଗୁରୁଜୀ ବସନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମ୍ପାଦକ ମହୋଦୟ ସଭାସାଙ୍ଗ କରିଥିଲେ l
