ଆଜିର ଖବର..
୧-ଭୁବନେଶ୍ୱର:ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
୨-ଭୁବନେଶ୍ୱର:୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି, ଜନଜାତି, ଚାଷୀ ଓ ସହର ବିକାଶକୁ ପ୍ରାଥମିକତା।
୩-ଆଠଗଡ଼ :ଧବଳେଶ୍ୱରଙ୍କ ପୀଠରେ କେମିତି କରିବେ ଜଳଲାଗି,ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ ଓ ପୂଜକ । ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର କଟକଣା।
୪-ଭୁବନେଶ୍ୱର: ରାଜ୍ୟର ସବୁ ବିଦ୍ୟାଳୟରେ ପାଳନ ହେବ ସ୍କୁଲ ସପ୍ତାହ।ଏ ନେଇ ସବୁ ଜିଲାପାଳଙ୍କୁ ଓସେପାର ଚିଠି।
୫-ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ, ହୀରାକୁଦର ଜଳସ୍ତର କମିବାରେ ଲାଗିଛି।
୬-ଭୁବନେଶ୍ୱର : ବନ୍ୟା ପରେ ପରେ ବଢ଼ୁଛି ସାପ ଭୟ । ବୁଡିଯାଇଛି ସେମାନଙ୍କ ପ୍ରାକୃତିକ ବାସସ୍ଥାନ ।ଫଳରେ ଘରର ଖଟ, ଛାତ, ମେଜ, ଆଲମିରା, ଗୋଦାମ ଓ ଉଚ୍ଚ ସ୍ଥାନ ସାପଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ପାଲଟୁଛି।
୭-ତାଳଚେର ICICI ବ୍ୟାଙ୍କ:ଗ୍ରାହକଙ୍କ ଆକାଉଣ୍ଟରୁ ୮୪ ଲକ୍ଷ ଟଙ୍କା ଲୁଟ, ବ୍ୟାଙ୍କ ରିଲେସନସିପ ମ୍ୟାନେଜର ଗିରଫ।
୮-ଓଡ଼ିଶା ପୋଲିସର ବଡ଼ ସଫଳତା: ୬ ମାସରେ ୧୭,୫୯୦ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର, ପୁରୀ ଜିଲ୍ଲା ଶ୍ରେଷ୍ଠ।
୯-କେନ୍ଦୁଝର:ବନ୍ୟା ପରେ ଶତକ ମାରିଲା ପରିବା ଦର,ଫୁଲକୋବି ୧୪୦, କାଙ୍କଡ଼ ୨୪୦ ଟଙ୍କା।
୧୦-ନୁଆ ପଡ଼ା:ରାସ୍ତା ନଥିଲା, ହାର ମାନିଲେନି ୧୦୮ କର୍ମଚାରୀ ; ୧ କି.ମି. ଷ୍ଟ୍ରେଚରରେ ବୋହି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ।
୧୧-ଭୁବନେଶ୍ୱର: ବନ୍ୟା ପାଇଁ ସ୍ନାତକ ନାମଲେଖା ସମୟସୀମା ବୃଦ୍ଧି ହେଲା।
୧୨-ନିଶାକୁ ନା, ଜୀବନ ଓ ପ୍ରଗତିକୁ ହଁ: ରାଜ୍ୟରେ ଆରମ୍ଭ ହେଲା ‘ନିଶାମୁକ୍ତ ଯୁବକ ଭାରତ’ ସଂକଳ୍ପ ଅଭିଯାନ।
୧୩-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶ୍ରୀଲଙ୍କା ସିରିଜରୁ ବାଦ୍ ପଡ଼ିଲେ ବୁମରା; ଆକିବ ନବୀଙ୍କୁ ମିଳିପାରେ ସୁଯୋଗ।
୧୪-କକ୍ରୋଚ୍ ଜନତା ପାର୍ଟିର ୧ କୋଟି ପାଣ୍ଠିକୁ ନେଇ ବିବାଦ: ଇସିଆଇ ଏବଂ ସିବିଆଇସିରେ ଅଭିଯୋଗ କଲେ ଆରଟିଆଇ କର୍ମୀ।
୧୫-ଗ୍ଲାସଗୋ: ଅଷ୍ଟ୍ରେଲିଆର ଆଧିପତ୍ୟ,୧୩ ସ୍ବର୍ଣ୍ଣ ସହ ଭାରତ ରହିଲା ୪ର୍ଥ ସ୍ଥାନରେ।
୧୬-ଭୋପାଳ:ମହିଳାଙ୍କ ମୁଣ୍ଡକୁ କାମୁଡ଼ି ଧରି ୩୦୦ ମିଟର ଘୋଷାଡ଼ି ନେଲା ବାଘ, ଲୋକଙ୍କ ଚିତ୍କାର ଶୁଣି ଜଙ୍ଗଲକୁ ପଳାଇଲା।
୧୭-କେରଳରେ ବନ୍ୟା-ଭୂସ୍ଖଳନ ବିଭୀଷିକା: ୮ ଜଣଙ୍କ ଜୀବନ ଗଲା, ବହୁ ନିଖୋଜ; ୨୦୦ରୁ ଊର୍ଦ୍ଧ୍ୱ ଘର ନଷ୍ଟ।
୧୮-ଏକବିଂଶ ଶତାବ୍ଦୀର ସବୁଠୁ ଦୀର୍ଘ ସୂର୍ଯ୍ୟପରାଗ; ଅଗଷ୍ଟ ୧୨ ତାରିଖରେ ୬ ମିନିଟ୍ ୨୩ ସେକେଣ୍ଡ ଅନ୍ଧାର ହେବ ଅନେକ ଦେଶ।
୧୯-ଇସଲାମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୪ଜଣ ମୃତ ୨୦ ଆହତ।
୨୦-ଇଣ୍ଡୋନେସିଆ:ଜାକର୍ତାରେ ଯାତ୍ରୀବାହୀ ଡଙ୍ଗାରେ ନିଆଁ ଲାଗି ୫ ମୃତ,୪୧ ନିଖୋଜ।
