July 30, 2026

ପ୍ରବଳବର୍ଷା ରେ ସମ୍ପୂର୍ଣ ଉଜୁଡିଗଲା ଚାଳଛପର ମାଟିଘର : ଅଳ୍ପକେ ବର୍ତ୍ତିଗଲେ ପରିବାର, ଏଯାଏ ମିଳିଲାନାହିଁ ସରକାରୀ ଆବାସ ଯୋଜନାରେ ବାସଗୃହ ..

IMG-20260730-WA0034
Share

ତିର୍ତ୍ତୋଲ ତା 29/7/2026 ଲଘୁଚାପ ଜନିତ ତୁହାକୁତୁହା ପ୍ରବଳବର୍ଷା ରେ ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ଅଧିନ ( ସାଅଁl ସ ) ଖରଖରି ଗ୍ରାମର ଦିନମଜୁରିଆ, ଖଟିଖିଆ ବାବାଜୀ ସ୍ୱାଇଁ ଙ୍କ ଚାଳଛପର ମାଟିଘର ଟି ଚାରିଦିନ ତଳେ ସମ୍ପୂର୍ଣ୍ଣ ଉଜୁଡିଯାଇଛି l ହଠାତ କାନ୍ଥପଡିଯିବାରୁ ଘରୁ ପାଞ୍ଚପ୍ରାଣୀ ପରିବାର ସହିତ ଗୋଟିଏ ଟ୍ରଙ୍କଧରି, ଜୀବନରାକ୍ଷକରି ବାହାରି ଆସିଲେ ବାବାଜୀ ର ବିପନ୍ନପରିବାର l ପଡିଶାଘରେ ଆଶ୍ରୟ ନେଇ ବହୁଦୁଃଖକଷ୍ଟ ରେ ଜୀବନ ବିତାଉଛି ଏହି ବାସହରା ବିପନ୍ନ ପରିବାର l ବାବାଜୀସ୍ୱାଇଁ ଙ୍କ ପତ୍ନୀ ମିନତୀ, ବୋଉ ଦମୟନ୍ତୀ ଓ ଦୁଇପୁଅ ପ୍ରଣବ ଓ ଲୁଡ଼ୁ, ନିକଟସ୍ଥ ଗୋବିନ୍ଦପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଓ ସପ୍ତମ ଶ୍ରେଣୀ ରେ ପାଠପଢ଼ୁଥିବା ବେଳେ, ଆଜି ପର୍ଯ୍ୟନ୍ତ ଅର୍ଥାଭାବ ରୁ ବାଡ଼ୁଅ ଭଉଣୀ ମଞ୍ଜୁଲତା କୁ ମଧ୍ୟ ବିବାହ କରିପାରିନାହାନ୍ତି ବାବାଜୀ l ମଜୁରୀଲାଗି ପେଟପୋଷୁଥିବା ବାବାଜୀ ସ୍ୱାଇଁ, ପିଲାଙ୍କୁ ପାଠପଢ଼ାଇବା ସହିତ ବୁଢ଼ୀମା ର ଔଷଧଖର୍ଚ୍ଚ ଓ ପରିବାରର ପ୍ରତିପୋଷଣ କରିବା ପରେ ନିଜର ଚାଳଛପର ଘରକୁ ବର୍ଷବର୍ଷ ଧରି ଛପର କରିନପାରି ଜରିପାଲ ଘୋଡାଇ ସେଥିରେ ବସବାସ କରୁଥିଲେ l ପଞ୍ଚାୟତ ରୁ ବ୍ଲକଅଫିସ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ଯତେ ଆପତ୍ତି ଅଭିଯୋଗ କଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାଙ୍କ ପାଇଁ ସରକାରୀ ଆବାସଯୋଜନାରେ ବାସଗୃହ ଟିଏ ମଧ୍ୟ ମିଳିପାରିଲାନାହଁ l ଗାଆଁ ରେ ବହୁ ଥିଲାଵାଲା ଙ୍କୁ ଆବାସଯୋଜନାରେ ବାସଗୃହ ଯୋଗାଇଦିଆଯାଇଥିବା ବେଳେ, କଣ ପାଇଁ ବାବାଜୀ ସ୍ୱାଇଁ ଙ୍କୁ ସେଥିରୁ ବାଦପଡିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅପରପକ୍ଷରେ ଆଜକୁ ଚାରିଦିନ ହେଲା ବାବାଜୀଙ୍କ ଘର ଭୁଶୁଡି ପଡିଥିଲାବେଳେ ଆଜିପର୍ଯ୍ୟନ୍ତ ଗୋବିନ୍ଦପୁର ରାଜସ୍ବନିରୀକ୍ଷକ ଘଟଣା ର ସତ୍ୟାସତ୍ୟ ଅନୁଧ୍ୟାନ କରି, ତିର୍ତ୍ତୋଲ ତହସିଲଦାର ଙ୍କୁ ରିପୋର୍ଟ ଦେଇନାହାନ୍ତି l ତେବେ ଦେଖିବାକୁ ବାକିରହିଲା ଆଉକେତେଦିନ ପରେ ଦିନଦରିଦ୍ର ଖଟିଖିଆ ବାବାଜୀ ସ୍ୱାଇଁ ଙ୍କୁ କେବେ ନ୍ୟାୟ ମିଳିବ? କେବେ ଥଇଥାନ ହେବେ ତାର ବିପନ୍ନ ପରିବାର ? କେବେ ତିର୍ତ୍ତୋଲ ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ମିଳିବ ସରକାରୀ ଆବାସ ଯୋଜନାରେ ସ୍ଥାୟୀ ପକ୍କା ବାସଗୃହ ?ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed