June 4, 2025

ମହୁଡ଼ା ଗ୍ରାମରେ ଆତଙ୍କରାଜ – ବ୍ରହ୍ମପୁର ରୁ ଚିକିଟି ରାସ୍ତାରୋକ କଲେ ଗ୍ରାମବାସୀ

Share

 

ମହୁଡ଼ା ଗ୍ରାମରେ ଆତଙ୍କରାଜ ——-

ବ୍ରହ୍ମପୁର ରୁ ଚିକିଟି ରାସ୍ତାରୋକ କଲେ ଗ୍ରାମବାସୀ

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ଗ୍ରାମରେ କିଛି ଅସାମାଜିଜ ବ୍ୟକ୍ତିଙ୍କ ଆତଙ୍କରାଜ, ସୂଚନା ଯୋଗ୍ୟ ଗୁରୁବାର ସକାଳେ ଲାଠି ଗ୍ରାମର ପାଣ୍ଡା ଗୌଡ଼ ନାମକ ଜୈନିକ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀଙ୍କ ସହ ମହୁଡ଼ା ଗ୍ରାମକୁ ଆସି ଧାରୁଆ ଖଣ୍ଡା ଧରି ଗ୍ରାମରେ ବୁଲିବା ସହ ଅସଭ୍ୟ ଭାଷାରେ ମହିଳା ମାନଙ୍କୁ ଗାଳି ଗୁଲଜ କରିବା ସହ ଜୀବନ ରୁ ମାରିଦେବାକୁ ଗୋଡ଼ାଇଥିଲେ l ଭୋର ସକାଳ ହେତୁ ମହିଳା ମାନେ ପୋଖରୀ କୁ ଗାଧେଇବା ପାଇଁ ଯିବା ବେଳେ ଏବଂ ମନ୍ଦିର ଦର୍ଶନ କରିବାକୁ ଯିବା ବେଳେ ସେମାନଙ୍କୁ ଆତଙ୍କରାଜ ଦେଖାଇଥିଲେ l ପୂର୍ବରୁ ମଧ୍ୟ ୩ ଥର ଗ୍ରାମକୁ ଆସି ସମାନ ପ୍ରକାର ଧମକ ଚମକ ଦେଇଥିବା ଗ୍ରାମବାସୀ ମାନେ ପ୍ରତିକ୍ରିୟା ରଖିଛନ୍ତି l କେଉଁ ଘଟଣାକୁ କେନ୍ଦ୍ର କରି ସେ ଆତଙ୍କରାଜ ଖେଳୁଛି ଏବଂ ତା ଉଦେଶ୍ୟ କଣ ବୋଲି ଗ୍ରାମବାସୀ ମାନଙ୍କ ମଧ୍ୟରେ ପ୍ରଶ୍ନ ରହିଛି l ଏନେଇ ଆଜି ବ୍ରହ୍ମପୁର ଚିକିଟି ଘାଟି ରାସ୍ତାକୁ ସମ୍ପୂର୍ଣ ଗ୍ରାମବାସୀ ମିଶି ରାସ୍ତା ଅବରୋଧ କରିଥିଲେ l ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଦୋଷୀକୁ ଯଥାଶୀଘ୍ର ଗିରଫ କରିବୁ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା l ଖବର ଲେଖା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି l ଗ୍ରାମବାସୀଙ୍କ କହିବା ଅନୁଯାଇ ଆଜି ଅର୍ଥାତ ଗୁରୁବାର ପୋଲିସ ଯଦି ପାଣ୍ଡା ଗୌଡ଼ ଏବଂ ତା ସହଯୋଗୀ ମାନଙ୍କୁ ଗିରଫ ନ କରେ ତେବେ ଆସନ୍ତା କାଲି ସମସ୍ତ ଗ୍ରାମବାସୀ ମିଶି ଦିଗପହଣ୍ଡି ଥାନା ଘେରାଉ କରିବା ସହ ଏସପିଙ୍କ ଦ୍ୱାରସ୍ଥ ହେବୁ ବୋଲି ସୂଚନା ଦେଇଛନ୍ତି l କୁକୁଡାଖଣ୍ଡି ବ୍ଲକରେ ମହୁଡ଼ା ଗ୍ରାମଟି ଯାଉଛି ବୋଲି ଦିଗପହଣ୍ଡି ପୋଲିସ ଆମ ଗ୍ରାମକୁ ଅଣଦେଖା କରୁଛି ବୋଲି ମଧ୍ୟ ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed