July 29, 2026
ajiro khabar
Share

 

 

୧-ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା, ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି। ବୈତରଣୀରେ ଆସୁଛି ବଡ଼ ବନ୍ୟା।

 

୨-ପୁରୀ:ଆଜି ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୧ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

 

୩-ଭୁବନେଶ୍ବର: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ।

 

୪-ବର୍ଷା-ବନ୍ୟା ପାଇଁ ବଡ଼ ନିଷ୍ପତ୍ତି,ଭଦ୍ରକ ଓ ବାଲେଶ୍ବରରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି।

 

୫-ନନ୍ଦନକାନନ:ପଟିଆ-ତ୍ରିଶୁଳିଆ ରାସ୍ତାରେ ବୁଲାଗୋରୁ,ମାସକରେ ହେଲାଣି ୫୬ଟି ଦୁର୍ଘଟଣା।

 

୬-ଯାଜପୁର:ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିବା ବେଳେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର।

 

୭-ଭିତରକନିକାରେ ସରିଲା କୁମ୍ଭୀର ବସା ଗଣନା, ଚିହ୍ନଟ ହେଲା ୧୧୭ଟି ବସା।

 

୮-ଆଜି ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ଅଭିଯାଗରେ ହୋଇଛି ମାମଲା।

 

୯-ସିଏମଓରୁ ଫାଇଲ ହଜିବା ମାମଲାରେ ବଡ଼ ଖୁଲାସା; ଦସ୍ତଖତ କରିଥିବା ଅଧିକାରୀ ଚିହ୍ନଟ, ତଦନ୍ତ ଶେଷ ପର୍ଯ୍ୟାୟରେ।

 

୧୦-ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲା କଂଗ୍ରେସ, ଗାନ୍ଧୀ ମାର୍ଗରେ କଲା ଜୋରଦାର ବିକ୍ଷୋଭ।

 

୧୧-ଭୁବନେଶ୍ୱର: ପ୍ରାକ୍ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ସ୍କଲାରସିପ୍ ଓଡ଼ିଶା ପୋର୍ଟାଲରେ ଆଜିଠୁ ଆବେଦନ ଆରମ୍ଭ।

 

୧୨-ଲଗାଣ ବର୍ଷା: ଜଳସ୍ତର ବୃଦ୍ଧି ପାଉଥିବା ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ।

 

୧୩-ଡେରାବିଶ,ବଘାଳୋ:ବାଲିଆରୁ ବଘାଳୋ ଦେଇ ବେଲରପା ଯାଏଁ ଯାଇଥିବା ରାସ୍ତାରେ ଖାଲଖମା ଭର୍ତ୍ତି, ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି।

 

୧୪-ଓଡ଼ିଶା ଜେଲ୍‌ରେ ନୂଆ ପଦକ୍ଷେପ; ସ୍ୱାଧୀନତା ଦିବସରୁ କଏଦୀ ଦେଖିବେ ଦେଶଭକ୍ତି ଚଳଚ୍ଚିତ୍ର।

 

୧୫-ଭୁବନେଶ୍ୱର:ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ।

 

୧୬-ଆକ୍ସନ ମୋଡରେ ସରକାର; ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାଁରେ ହେଲା ନାମିତ।

 

୧୭-ଡିଗ୍ରୀ ଅଛି କିନ୍ତୁ କାମ ନାହିଁ, ଭାରତରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା; ଓଡ଼ିଶାର ସ୍ଥିତି ଚିନ୍ତାଜନକ।

 

୧୮-ଶିକ୍ଷକଙ୍କୁ ଏସ୍ଆଇଆରରେ ନିଯୁକ୍ତି କର, କିନ୍ତୁ ବୋଝ ହେବା ଉଚିତ ନୁହେଁ: ଦିଲ୍ଲୀ ହାଇକୋର୍ଟ।

 

୧୯-ନୂଆ ଦିଲ୍ଲୀ:“ଦିଲ୍ଲୀ ଲକ୍ଷ୍ମୀ ଯୋଜନା”କୁ ମଞ୍ଜୁରୀ,ମହିଳାଙ୍କୁ ପ୍ରତି ମାସରେ ସରକାର ଦେବେ ୨୫୦୦ ଟଙ୍କା।

 

୨୦-ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ନାବାଳକ ପ୍ରଦର୍ଶନକାରୀଙ୍କୁ ତୁରନ୍ତ ଛାଡ଼।

 

୨୧-NEET-UG ପେପର ଲିକ୍‌ ମାମଲା: ୧୩ ଜଣଙ୍କ ବିରୋଧରେ CBIର ପ୍ରଥମ ଚାର୍ଜସିଟ୍।

 

୨୨-ଭାରତ-ଚୀନ୍ ପୁଣି ଖୋଲିବେ ଐତିହାସିକ ସିଲ୍କ ରୁଟ୍: ପୁନର୍ବାର ଆରମ୍ଭ ହେବ ନାଥୁ ଲା ପାସ୍ ଦେଇ ବାଣିଜ୍ୟ।