କଣିହାଁ ବ୍ଲକରେ ଚଳିତ ବନ୍ୟା ଯୋଗୁଁ ଘର ଭାଙ୍ଗି ଲୋକେ ବେସାହାରା
ଅନୁଗୋଳ :ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଶୁଶୁବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଡାଗଡ଼ ଗ୍ରାମର ମହେଶ୍ୱର ନାଏକ, ଭାଗିରଥି ନାଏକ, ହାଡିବନ୍ଧୁ ନାଏକଙ୍କର ଘର ଚଳିତ ବର୍ଷାରେ ଭାଙ୍ଗି ଚୁର ମାର ହୋଇଯାଇଛି l ଚଳିତ ଲଘୁଚାପ ବାତ୍ୟା ଯୋଗୁଁ ଲଗାଣ ବର୍ଷା ଫଳରେ ପାଣି ଜମି ଘରର କାନ୍ଥ ଭାଙ୍ଗିବା ଦ୍ୱାରା ପୋଡାଗଡ଼ ଗ୍ରାମର ବାସିନ୍ଦା ମହେଶ୍ୱର ନାଏକ, ଭାଗିରଥି ନାଏକ ଓ ହାଡ଼ିବନ୍ଧୁ ନାଏକଙ୍କ ଭାଙ୍ଗି ପଡିଛି l ପ୍ରଶାସନକୁ ଅନୁରୋଧ କରାଯାଉଛି କି ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ, ଖାଇବା ସାମଗ୍ରୀ ସହିତ ସରକାରଙ୍କ ତରଫରୁ ରହିବା ପାଇଁ ଘର ବ୍ୟବସ୍ଥା କରାଯାଉ।
