ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ବରଗଡ(ସୁରେନ୍ଦ୍ର କଠାର)
ଅଦ୍ୟ ତା.୨୫-୦୭-୨୦୨୬ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଖୁଣ୍ଟୁଲିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବରେ ମଧୁସୂଦନ ସାହୁ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ(ଟୁକୁରା ଉଚ୍ଚ ବିଦ୍ୟାଳୟ)ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କର ଶୁଭକାମନା କରିଥିଲେ।ସମ୍ମାନୀତ ଅତିଥି ଭାବରେ ବାଳମୁକୁନ୍ଦ ସାହୁ(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୋପ ଉଚ୍ଚ ବିଦ୍ୟାଳୟ ଟୋପ)ଓ ଆଶୀର୍ବାଦ ମହାପାତ୍ର(ପର୍ବତାରୋହୀ, ଆଫ୍ରିକା ମହାଦେଶର ୫୮୯୫ମି.ବିଶିଷ୍ଟ ଉଚ୍ଚ ପର୍ବତ)ଯୋଗ ଦେଇ କୁନି କୁନି ବୈଜ୍ଞାନିକ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ପରିଚାଳନା ସମିତିର ସଂପାଦକ ମଦନ ମୋହନ ଦାଶ ମଞ୍ଚାସୀନ ଥିଲେ।ବିଚାରକ ଭାବରେ ବିଶ୍ବଜିତ ବାରିକ(ବିଜ୍ଞାନ ଶିକ୍ଷକ ଡାଲବ ଉଚ୍ଚ ବିଦ୍ୟାଳୟ), ହିମାଂଶୁ ଭୋଇ(ବିଜ୍ଞାନ ଶିକ୍ଷକ ଡାଲବ ଉଚ୍ଚ ବିଦ୍ୟାଳୟ), ଲକ୍ଷ୍ମଣ ସାହୁ(ସାଲନା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ),ପ୍ରହଲ୍ଲାଦ ସେଟ୍(ସମାଜ ସେବୀ),ଅଶ୍ବିନୀ ପଧାନ(ଗଣିତ ଶିକ୍ଷକ କୁଲିତା ଟୁକୁରା ଉଚ୍ଚ ବିଦ୍ୟାଳୟ),ବିଶ୍ବଜିତ ସାହୁ(ଗଣିତ ଶିକ୍ଷକ କୁଲିତା ଟୁକୁରା ଉଚ୍ଚ ବିଦ୍ୟାଳୟ)ଓ ପ୍ରେରଣା ପୁରୋହିତ(ପୁରାତନ ଛାତ୍ରୀ)ଯୋଗ ଦେଇ କୁନି କୁନି ବୈଜ୍ଞାନିକ ମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ୍ ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଉକ୍ତ ବିଜ୍ଞାନ ମେଳାରେ ମୋଟ ୧୪୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଶିଶୁ ଭାଇ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ସୁଜାତା ନାଏକ ପରିଚାଳନା କରିଥିବା ବେଳେ ପରିଶେଷରେ ସାନ୍ତ୍ବନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ସମିତିର ସଦସ୍ୟ,ସଦସ୍ୟା,ଗୁରୁଜୀ, ଗୁରୁମା ଓ ସେବିକା ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।
