ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ବ୍ଲକ ରେ ତଫସିଲ ଭୂକ୍ତ ଜାତି ଜନ ଜାତି ସେବାୟତ ମାନଙ୍କ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ…………..

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା କଷାଗୁମୁଡ଼ା ବ୍ଲକ ଅଧୀନ ବି ଏମ୍ ସେମଲା ପଂଚାୟତ ଠାରେ କଷାଗୁମୁଡ଼ା ବ୍ଲକ ର ସମସ୍ତ ତଫସିଲ ଭୂକ୍ତ ଜାତି ଜନ ଜାତି ସେବାୟତ ମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ହୋଇଥିଲା ଏହି ବୈଠକ ରେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଡଃ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ହୋଇ ବ୍ଲକ୍ ସଂଘ କମିଟି ଗଠନ କରାଗଲା ଉକ୍ତ କମିଟିର ସଭାପତି ଭାବେ ଶ୍ରୀଯୁକ୍ତ ଦୁର୍ଯୋଧନ ଶିରା।ଙ୍କୁ।ସର୍ବ ସମ୍ମତି କ୍ରମେ ବଛାଗଲା ସମ୍ପାଦକ ଭାବେ ଶ୍ରୀଯୁକ୍ତ ସନୁ ଶିରା ,କୋଷାଧକ୍ଷ ଭାବେ ଶ୍ରୀଯୁକ୍ତ ପଦ୍ଲାମ ଦିଶାରି , ଅନ୍ୟାନ୍ୟ ସଭ୍ୟା ଭାବେ ଶ୍ରୀଯୁକ୍ତ ଅନନ୍ତ ଭତ୍ରା , ଶ୍ରୀଯୁକ୍ତ ବାବୁଲା ମାଝୀ , ଶ୍ରୀଯୁକ୍ତ ମକରନ୍ଦ ମାଳି ଶ୍ରୀଯୁକ୍ତ ରବି ଭତ୍ରା ,ଶ୍ରୀଯୁକ୍ତ ରଘୁ ଗୌଡ଼, ଲାଖି ନାରାୟଣ ଗୌଡ଼ , ଶ୍ରୀଯୁକ୍ତ ବଲ୍ଲଭ ମାଳି, ଶ୍ରୀଯୁକ୍ତ ଜଗନ୍ନାଥ ପୂଜାରୀ,ଶ୍ରୀଯୁକ୍ତ ମହେନ୍ଦ୍ର ଯାନୀ ,ଶ୍ରୀଯୁକ୍ତ ବନମାଳୀ ପୂଜାରୀ, ଶ୍ରୀଯୁକ୍ତ ଜୟଦେବ ଶିରା ,ଶ୍ରୀଯୁକ୍ତ ଗଦାଧର ଶିରା ,ଶ୍ରୀଧର ଶିରା।,କୃପା ମାଳି ଶିରା ,ବଳିରାମ ପୂଜାରୀ, ପନଙ୍କୁ ଗାଣ୍ଡା , ଶ୍ରୀଯୁକ୍ତ ଜୟଦେବ ବିଶୋଇ,ବିଦ୍ୟା ଶିରା ଯୋଗଦେଇ କମିଟି ଗଠନ ହୋଇଥିଲା ଏହି ବୈଠକ ରେ ପାରମ୍ପରିକ ପୂଜା ପଦ୍ଧତି ଓ ପରମ୍ପରା ଉପରେ ଆଲୋଚନା କରାଯାଇଥିଲା, ତଫସିଲ୍ ଭୁକ୍ତ ଜାତି ଓ ଜନଜାତି ପୂଜକ ,ଶିରା,ଗୁଣିଆ ବୈଦ୍ୟକର ,ବଜନିଆ ,ମହୁରିଆ , ଗଣ୍ଡା ଚାଲାଣ ଉପସ୍ଥିତ ହୋଇ ଜନଜାତି ବିଭାଗ ମନ୍ତ୍ରୀଙ୍କ ଅବଗତି ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଗଲା ,ନିକଟ ପଡ଼ୋଶୀ ରାଜ୍ୟ ଛତିଶଗଡରେ ।ସେବାୟତ ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ଜନଜାତି ସେବାୟତମାନଙ୍କୁ ଭତ୍ତା ଦିଆ ହଉ ନାହିଁ ଏଣୁ ଓଡ଼ିଶା ସରକାରଙ୍କୁ ଉକ୍ତ ବାବଦ ରେ ପତ୍ର ପ୍ରେରଣ ନିମନ୍ତେ ନିଷ୍ପତ୍ତି ନିଆଗଲା, ଆଗାମୀ ଦିନରେ ଆମ ପରମ୍ପରା ସୁରକ୍ଷା ନିମନ୍ତେ ଜନଜାତି ବିକାଶ ପରିଷଦକୁ ଅନୁରୋଧ କରିବାକୁ ନିଷ୍ପତି ନିଆଗଲା ଏହି ବୈଠକ ରେ ଶତାଧିକ ସେବାୟତ ଯୋଗଦେଇଥିଲେ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇ ଦାବିକୁ ଜୋରଦାର କରିବାକୁ ନିଷ୍ପତି ନିଆଗଲା
