July 25, 2026

ସାରଳାପୀଠ ରେ ରଥଯାତ୍ରା ପାଲା ମହୋତ୍ସବ ଉଦଯାପିତ

IMG-20260725-WA0053
Share

ତିର୍ତ୍ତୋଲ ତା 25/7/2026 ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ରଥଯାତ୍ରା ଉପଲକ୍ଷେ ଆରମ୍ଭ ହୋଇଥିବା ପାଲା କାର୍ଯ୍ୟକ୍ରମ ଗତ ଶନିବାର ରାତିରେ ଉଦଯାପିତ ହୋଇଯାଇଛି, ଜଗତସିଂହପୁର, ସଭାମୂଳ ର ଖ୍ୟାତନାମା ଗାୟକ ଜ୍ଞ୍l ନସିନ୍ଧୁ ସୁବାସ ଚନ୍ଦ୍ର ସେନାପତି ଙ୍କ ସହିତ ବାୟକ ଜୟନ୍ତ କୁମାର ବିଶ୍ୱାଳ ଓ ସହଯୋଗୀ ସଙ୍ଗୀତ ଶୁକଦେବ ଦାସ, ଧ୍ରୁବଚରଣ ବରାଳ, ଅରୁଣ କୁମାର ଦାସ ଓ ରବୀନ୍ଦ୍ର ବାରିକ, ମା ସାରଳା ଙ୍କ ସିଂହଦ୍ୱାର ସମ୍ମୁଖସ୍ଥ ଦୋଳମଣ୍ଡପ ରେ ପାଲାପରିବେଷଣ କରିଥିଲେ l ଶ୍ରୀ ଜଗନ୍ନାଥ – ସାରଳା ପାଲା ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ସନ୍ଧ୍ୟାରେ ବହୁସଂଖ୍ୟକ ସଂସ୍କୃତିପ୍ରେମୀ ଓ ପାଲାପ୍ରେମୀ ମାନେ ବିଦଗ୍ଧଦର୍ଶକ ଏହାକୁ ଉପଭୋଗ କରିଥିଲେ l ପରିଷଦର ସମ୍ପାଦକ ବ୍ରଜକିଶୋର ମଲ୍ଲିକ ସମସ୍ତଦର୍ଶକଙ୍କୁ ସ୍ୱାଗତ କରିଥିବା ବେଳେ, ସାରଳା ମନ୍ଦିରର ସେବାୟତ ମାନେ ଗାୟକ ଓ ତାଙ୍କର ସହଯୋଗୀ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର ଓ ବରମାଲ୍ୟ ଅର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର