ହାଟଡିହି ତହସିଲର ପୂର୍ବତନ ମୁଖ୍ୟ କିରାଣୀ ସୁରେନ୍ଦ୍ର ରାଉତଙ୍କ ପରଲୋକ ..
ହାଟଡିହି ତା ୨୫/୭(ମନମୋହନ ନାୟକ) : ହାଟଡିହି ତହସିଲର ପୂର୍ବତନ ମୁଖ୍ୟ କିରାଣୀ ସୁରେନ୍ଦ୍ର ରାଉତଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ହାଟଡିହି ତହସିଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ୨୦୦୮ ମସିହାରେ ଅବସର ଗ୍ରହଣ କରିଥିଲେ। ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ସମଗ୍ର ବଞ୍ଚୋ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଭାଇ ବିଦ୍ୟାଧର ରାଉତ, ନରେନ୍ଦ୍ର ରାଉତ, ଗଜେନ୍ଦ୍ର କୁମାର ରାଉତ, ଝିଅ ମମତା, ସବିତା, ଅନିତା, ରଞ୍ଜିତା, ନମିତା ଜ୍ୱାଇଁ ଦେବେନ୍ଦ୍ର ଜେନା, ପ୍ରଶାନ୍ତ କୁମାର ମଲ୍ଲିକ, ବିଧୁ ଭୂଷଣ ପୁହାଣ, ସୁଶାନ୍ତ କୁମାର ବିଶ୍ୱାଳ, ପ୍ରିୟବ୍ରତ ଘଡେଇ, ପୁତୁରା ତନ୍ମୟ ରାଉତ, ବିଶ୍ୱ ରଞ୍ଜନ ରାଉତ, ଚିନ୍ମୟ ରାଉତ, ସୁମିତ ରାଉତ, ବିନୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମରଶରୀର ଗ୍ରାମରେ ପହଂଚିବା ପରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ରତିକାନ୍ତ ରାଉତ, ସରପଞ୍ଚ ପ୍ରଶାନ୍ତ ରାଉତ, ବିଜେପିର ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, କବି ଡ଼. ଅଶୋକ ପୁହାଣ, ଆଶିଷ କୁମାର ଚକ୍ର, ମଧୁସୂଦନ ରାଉତ, ପୂର୍ବତନ ସରପଞ୍ଚ, ଶଶାଙ୍କ ଶେଖର ପୁହାଣ, ସୁଧାଂଶୁ ରାଉତ, ଅନାଦି ବରାଳ, ସନ୍ତୋଷ ବରାଳ, ଦୀପକ ବରାଳ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ ରେ ପହଞ୍ଚି ମରଶରୀରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଶୋକ ଶନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇ ଥିଲେ। ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରା ଯାଇଛି। ନାତୁଣୀ ଆଦ୍ୟାଶା ରାଉତ ମୁଖାଗ୍ନି ଦେଇଥିଲେ।
