July 25, 2026
ajiro khabar
Share

 

 

୧-ପୁରୀ:ଭାବର ଠାକୁର ପାଇଁ ଭକ୍ତିରେ ଭିଜିଲା ଶ୍ରୀକ୍ଷେତ୍ର; ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ।

 

୨-ଭୁବନେଶ୍ୱର:ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ,ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ନେବେ ଅନୁମତି।

 

୩-ବିଳମ୍ବ ହେଉଛି ଶିକ୍ଷାବର୍ଷ ଆରମ୍ଭ,ଏ ଯାଏଁ ଆରମ୍ଭ ହେଲାନି ପିଜି,ବିଏଡ୍ ନାମ ଲେଖା,୪ ମାସ ଆଗରୁ ବିଜ୍ଞପ୍ତି,ପରେ ପ୍ରକ୍ରିୟା ଧିମେଇ ଯାଉଛି।

 

୪-ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ।

 

୫-ପୁରୀ: ବାହୁଡ଼ାରେ ଦଳା ଚକଟା,ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ,୧୩୦ରୁ ଉର୍ଦ୍ଧ୍ବ ଆହତ।

 

୬-ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗର ୧୮ଟି ବିଷୟର, ୨୮୬ ଜଣ ଅଧ୍ୟାପକଙ୍କ ହେଲା ବଦଳି।

 

୭-୫ଟି ବିଶେଷ ଯୋଗରେ ଦେବଶୟନୀ ଏକାଦଶୀ, ମେଷ,ବୃଷ , କନ୍ୟା ଓ ତୁଳା ରାଶି ଉପରେ ହେବ ଭଗବାନଙ୍କ କୃପା ବୃଷ୍ଟି। ଆଜିଠୁ ଶ୍ରୀ ହରି ବିଷ୍ଣୁ ଚାରି ମାସ ପାଇଁ କ୍ଷୀର ସାଗରରେ ଯୋଗ ନିଦ୍ରାରେ ଲୀନ ହେବେ।

 

୮-ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ,ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି।

 

୯-କେନ୍ଦ୍ରାପଡ଼ା:ଭିଜିଲାନ୍ସ ଜାଲରେ ଫସିଲେ ଡେରାବିଶ କାଉପଡା ଏଆରଆଇ ସାଇଦର୍ଶିନୀ ଲେଙ୍କା।ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିଲେ।

 

୧୦-ନିଳଗିରି:କୁଲଡିହା ଜଙ୍ଗଲରେ ବାଘୁଣୀ ସହ ଲଢ଼ି ଚାଷୀ ଗୁରୁତର।

 

୧୧-କୋର୍ଟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପୂର୍ବରୁ ଅନୁମତି ଆବଶ୍ୟକ- ସୁପ୍ରିମକୋର୍ଟ।

 

୧୨-ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ଯୁବପିଢ଼ିଙ୍କ ସହ ଯୋଡ଼ିହୁଅନ୍ତୁ: ମନ୍ତ୍ରୀଙ୍କୁ ମୋଦୀଙ୍କ ପରାମର୍ଶ।

 

୧୩-ଭାରତ ପାଇଁ ଗର୍ବର ମୁହୂର୍ତ୍ତ, ବିଶ୍ବନାଥନ ଆନନ୍ଦ ହେଲେ FIDEର ଅନ୍ତରୀଣ ଅଧ୍ୟକ୍ଷ।

 

୧୪-ଜିଦରୁ ଓହରୁ ନାହାଁନ୍ତି GEN-Z ; ଦ୍ୱିତୀୟ ଥର ନଡ୍ଡାଙ୍କ ସହ ଆଲୋଚନା ପରେ ବି ଫିଟିଲାନି ବାଟ।

 

୧୫-ପେପର ଲିକ୍ କୁ ନେଇ ଆକ୍ସନ ମୋଡରେ ସରକାର, NTAରୁ ୪୭ ଅଧିକାରୀ ବହିଷ୍କୃତ।

 

୧୬-ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:, ଗାଡି ଉପରେ ଖସିଲା ବିଶାଳ ପଥର, ୧୩ ମୃତ।

 

୧୭-ହାରାରେ:ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି, ଅଭିଷେକ ଓ କିଷନଙ୍କ ଫର୍ମକୁ ନେଇ ଚିନ୍ତା,ସିରିଜ ବିଜୟ ପାଇଁ ଭାରତ ପ୍ରସ୍ତୁତ।

 

୧୮-ନୂଆ ଦିଲ୍ଲୀ:ପଞ୍ଚମ ଦିନରେ ଚାଲିପାରିଲା ନାହିଁ ସଂସଦ, ନିଟ୍ ପ୍ରଶ୍ନପତ୍ର ଲିକ୍, ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି।

 

୧୯-ତୃତୀୟ ବିବାହ କରି ନାଚୁଛନ୍ତି ଆମିର୍ ଖାନ୍,ବସ୍ତିରେ ରହି ଖାଇବାକୁ ପାଉନାହାନ୍ତି ଭାଇ ; ପୋଲ୍ ଖୋଲିଦେଲେ ପୂର୍ବତନ ପତ୍ନୀ।

 

୨୦-ଛାତ୍ର ଆନ୍ଦୋଳନକୁ ‘ଅଦୃଶ୍ୟ’ ସମର୍ଥନ: ଜନ୍ତର-ମନ୍ତରକୁ କିଏ ପଠାଉଛି ପାର୍ସଲ, ଆଉ ଖାଦ୍ୟ ନପଠାଇବାକୁ ସିଜେପିର ଅନୁରୋଧ।

 

୨୧-ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକାର ୧୦% ତାରିଫ୍।

 

୨୨-ଇରାନର ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ ; ହର୍ମୁଜକୁ ନେଇ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଜାରି।