ଅନନ୍ତ ବାସୁଦେବ ଙ୍କ ଜନ୍ମଦିନ ପାଳିତ
ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କଣମଣ ଗ୍ରାମ ତଥା ସେ ଅଂଚଳ ର ଜମିଦାର,ନାୟକ ପରିବାର ଙ୍କ ନିଜସ୍ୱ ଠାକୁର ଅନନ୍ତ ବାସୁଦେବ ଙ୍କ ଜନ୍ମଦିନ ପବିତ୍ର ବାହୁଡା଼ ତିଥିରେ ଶୁକ୍ରବାର ଦିନ ମହା ସମାରୋହ ରେ ପାଳିତ ହୋଇ ଜାଇ ଅଛି l ସକାଳୁ ସକାଳୁ ଠାକୁର ଙ୍କ ବେଢା ଓ ପୂଜା ସ୍ଥଳ ସୁଦ୍ଧ ପୁତ କରାଯାଇ ସକାଳ ଆଠ ଘଟିକା ଠାରୁ ଦସ ଘଟିକା ପର୍ଯ୍ୟନ୍ତ ପଣ୍ଡିତ ଧଉ କର ଓ ତାଙ୍କ ସାଥି ଙ୍କ ଦ୍ଵାରା ହୋମ ଯଜ୍ଞ ସହ ବିଭିର୍ଣ୍ଣ ନୀତି କନ୍ତି କରାଯାଇ ଥିଲା l ଶଙ୍ଖ, ଘଣ୍ଟ ଓ ହୁଳହୁଳି ସହ ବିଭିର୍ଣ୍ଣ ବାଦ୍ୟ ଯନ୍ତ୍ର ରେ ପ୍ରକମ୍ପିତ ହୋଇ ଉଠି ଥିବା ନାୟକ ପରିବାର ର ସଦସ୍ୟ ମାନେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ଦର୍ଶନ କରି ନିଜ ନିଜ ର ଶୁଭ ମନାସି ଥିଲେ l ଚୁଡା କଦମା, ରସ ଗଲା, ଲଡ଼ୁ, ବିଭିନ୍ନ ପ୍ରକାର ସୁ ସ୍ବାଦୁ ଫଳ ସହ, ଚରୁ ଅର୍ଣ୍ଣ ଆଦି ଭୋଗ ଲାଗି କରା ଯାଇ ୨୦୦ରୁ ଉର୍ଦ୍ଧ ଲୋକଙ୍କୁ ବଣ୍ଠନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଦିବାକର ନାୟକ, ଦୁଃଶାସହ ନାୟକ,ଉଲ୍ଲାସ ନାୟକ, ପ୍ରମୋଦ ନାୟକ, ଶିରୀଶ ନାୟକ, ଶିବୁନା ନାୟକ, କୈଳାଶ ନାୟକ ହୃଦା ନନ୍ଦ ନାୟକ,ସାଇ, ଅଭିନ,ପ୍ରମୁଖ ପରି ଚାଳନା କାରି ଥିଲେ l
