July 22, 2026

କାଶୀପୁର ଠାରେ ହେରାପାଞ୍ଚମୀ ରେ ପ୍ରବଳ ଭିଡ଼ 

IMG-20260721-WA0071
Share

 

ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ରେ ରଥଯାତ୍ରା ର ଚତୁର୍ଥ ଦିବସରେ ଶ୍ରୀଜଗନ୍ନାଥ ଙ୍କ ନୃସିଂହ ଅବତାର ଓ ହେରାପାଞ୍ଚମୀ ଦେଖିବାକୁ ଭକ୍ତ ଙ୍କ ପ୍ରବଳ ଭିଡ଼ ପରଲିଖିତ ହୋଇଥିଲା ତିନି ଦିଅଁ କାଶୀପୁର ସ୍ଥିତ ମାଉସୀ ମା ଵା ଗୁଣ୍ଡିଚାରାଣୀ ମନ୍ଦିରରେ ରହି ଶ୍ରୀ ଜଗନ୍ନାଥ ମୀନ କାଶ୍ୟପ ବରାହ ଅବତାର ପରେ ସୋମବାର ହେରା ପାଞ୍ଚମୀ ଅବସରରେ ନୃସିଂହ ଅବତାର ଧାରଣ କରିଛନ୍ତି ସେବାୟତ ମାନେ ସକାଳୁ ରୀତିନୀତି ଅନୁଯାଇ ଦୀପ ଧୂପ ମଙ୍ଗଳ ଆଳତି କରି ଶ୍ରୀ ଜୀଉ ବଳଭଦ୍ର ସୁଭଦ୍ରା ଓ ପତିତପାବନ ଙ୍କୁ ସୁସଜ୍ଜିତ କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ନୃସିଂହ ଅବତାରରେ ସୁସଜ୍ଜିତ କରିଥଲେ ଭୋଗ ରାଗ ପରେ ଦୁଆରଫିଟା ଯାଇଥିଲା ଏହି ଅବସରରେ ସାନ୍ଧ୍ୟରେ ଶ୍ରୀମନ୍ଦିର ରୁ ମହାଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହ ବଚନିକା ମାଧ୍ୟମରେ କଳି କରି ରଥ ଭାଙ୍ଗିଵା ପରେ ଶ୍ରୀମନ୍ଦିର କୁ ଫେରିଯାଇଥିଲେ ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଏଥିସହିତ କାଶୀପୁର ସ୍ଥିତି ସଂକୀର୍ତନ ମଣ୍ଡଳୀ ର ସଭ୍ୟ ମାନେ ଯଥା ସନ୍ତସ ପଟନାୟକ ରଘୁନାଥ ସିଂ ମସ୍ତ ରାମ ବଡ଼ ନାୟକ ବସନ୍ତ ସିଂ ଦେବାକର ନାୟକ ବୁଡୁ ମହାନ୍ତି ବିଜୟ ଧାଁଗଡା ମାଝୀ ପ୍ରମୁଖ ଉପସ୍ଥିତ ରହି ରାମନାମ ସଂକୀର୍ତନ କରି ପରିବେଶ କୁ ପ୍ରକମ୍ପିତ କରାଉ ଥିବା ର ଦୃଶ୍ୟ ଭକ୍ତ ଅନୁଭବ କରୁଥିଲେ