July 22, 2026
ajiro khabar
Share

 

 

୧-ଭୁବନେଶ୍ୱର:୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ ୪,୫୭୩.୮୭ କୋଟିର ବିନିଯୋଗକୁ ଅନୁମୋଦନ, ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ।

 

୨-ପୁରୀ:ପ୍ରବଳ ବର୍ଷା ପାଇଁ ଅଧାରେ ଅଟକିଲା ଦକ୍ଷିଣ ମୋଡ଼; ଆଜି ମୋଡ଼ ନେବ ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥ।

 

୩-ବ୍ରହ୍ମପୁର:ପଡିଶାରୁ ଓଡ଼ିଶାକୁ ଡେଇଁଲା,MKCGରେ ଭର୍ତ୍ତି ହେଲେ ୩ କରୋନା ଆକ୍ରାନ୍ତ।

 

୪-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ନବୀନ,

ଆହତ ଛାତ୍ରଙ୍କୁ ଭେଟିଲେ ବିଜେଡି ସାଂସଦ।

 

୫-ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷା, ଜଳବନ୍ଦୀ ଓ ଟ୍ରାଫିକ୍ ଜାମରେ ଜନଜୀବନ ପ୍ରଭାବିତ।

 

୬-ଏସ୍ଆଇଆର୍:ରାଜ୍ୟରେ ୧୨ ଲକ୍ଷ ଭୂତ ମତଦାତା,୪୬ ଲକ୍ଷ ଲୋକଙ୍କର ରହିଛି ସାମାନ୍ୟ ତ୍ରୁଟି।

 

୭-ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ।

 

୮-କୋରେଇ,କଚରାସାହି: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ।

 

୯-ଜଳେଶ୍ଵର:ବାଲି ମାଫିଆଙ୍କୁ ପାନେ, ଜବତ ୧୦ ହଜାର ସିଏମ୍ ବାଲି ୮୪.୪୭ ଲକ୍ଷରେ ହେଲା ନିଲାମ।

 

୧୦-ଭୁବନେଶ୍ୱର:ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ଚାଲୁଛି ୧୪୫୮ ବିଦ୍ୟାଳୟ।

 

୧୧-କାରାଗାର ବିକାଶ ବୋର୍ଡ ବୈଠକ: ଜେଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ, ସମସ୍ତ ଜେଲରେ ଲାଗିବ ଏଆଇ କ୍ୟାମେରା।

 

୧୨-ବର୍ଷା ବିପର୍ଯ୍ୟୟ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟ ସୂଚନା; କ୍ଷୟକ୍ଷତି ରିପୋର୍ଟ ଆଧାରରେ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ସହାୟତା ଟଙ୍କା।

 

୧୩-ବ୍ରହ୍ମପୁର:ସୁଧୀର ପାତ୍ର ହତ୍ୟାକାଣ୍ଡରେ ବଡ଼ ଅପଡେଟ୍; ୧୩ ଅଭିଯୁକ୍ତଙ୍କ ବିରୋଧରେ ଶକ୍ତ ପ୍ରମାଣ, କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ।

 

୧୪-ଭୁବନେଶ୍ୱର: ଖଣ୍ଡଗିରି ଓଭରବ୍ରିଜ୍ ରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା ଟ୍ରକ୍‌, ୨ ଡ୍ରାଇଭର ଆହତ।

 

୧୫-ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରାବଣ ପ୍ରସ୍ତୁତି;ଏଥର ୪ ସୋମବାରରେ ହେବ ଜଳ ଲାଗି।

 

୧୬-ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା:୨୦୧୮ ସଫଳତା ଦୋହରାଇବା ଲକ୍ଷ୍ୟରେ ନୀରଜ।

 

୧୭-ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଭୋଟର୍ ତାଲିକା ପ୍ରସ୍ତୁତି, ୩୨ ବର୍ଷ ପରେ ହେବ “ଡୋର୍ ଟୁ ଡୋର୍ ସର୍ଭେ”।

 

୧୮-ନୂଆ ଦିଲ୍ଲୀ: ବର୍ଷ ୨୬-୨୭ ପାଇଁ ଜୁଲାଇ ୩୧ ତାରିଖ ଆୟକର ପୈଠର ଶେଷ ଅବଧି।

 

୧୯-ଜନ୍ତରମନ୍ତରରେ CJPର ଧାରଣା ଜାରି,ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଲେ ଓ୍ବାଙ୍ଗଚୁକ୍।

 

୨୦-ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ-ଧର୍ମେନ୍ଦ୍ର ପ୍ରଧାନ।

 

୨୧-ସ୍ମାର୍ଟଫୋନର ସ୍ମାର୍ଟନେସ୍ ଭିତରେ ହଜୁଛି ଶୈଶବ, ପାଠପଢ଼ା କି ଖେଳକୁଦ ନୁହେଁ, ସ୍କ୍ରିନ ଟାଇମ୍ ଖାଉଛି ପିଲାଙ୍କ ସମୟ, ଚେତାଇଲା WHO।

 

୨୨-ମସ୍କୋ:ମସ୍କୋ ଉପରେ ୪୦୦ ଡ୍ରୋନ ମାଡ଼ କଲା ୟୁକ୍ରେନ।

 

୨୩-ତେହେରାନ:ଆମେରିକା ବିରୋଧରେ ଇରାନର ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏